ବ୍ରହ୍ମପୁର,୦୧/୦୮/୨୦୨୬:
ଗଞ୍ଜାମ ଜିଲ୍ଲା କନିଷି ତହସିଲ୍ ଅଧୀନସ୍ଥ ଦ୍ରୁମୁଦୁମି ଆର୍. ଆଇ କାର୍ଯ୍ୟାଳୟ ଆସୁଥିବା ଲୋକଙ୍କୁ ଦୁର୍ବ୍ୟବହାର କରିବା ସହ କୈଣସି କାମ ସଠିକ୍ ସମୟରେ କରୁନଥିବା ନେଇ କୋଳଥି ଗାଁ ଗ୍ରାମ ପଞ୍ଚାୟତ ବାସୀଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ସମେତ ଗୋପାଳପୁର ବିଧାୟକ ଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସବିତା ପ୍ରଧାନ ନାମକ ଜଣେ ମହିଳା ନୂଆ ରାଜସ୍ବ ନିରୀକ୍ଷକ ଦୁମଦୁମି ରାଜସ୍ବ ସର୍କଲ ର ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ କରିବା ଦିନ ଠାରୁ ଆଜି ଯାଏଁ ସର୍କଲ ଲୋକଙ୍କ ର କାମ କରିବା ବଦଳରେ ଲୋକଙ୍କୁ ନାନାଦି ପ୍ରକାରର ହଇରାଣ ହରକତ କରିବା ସହ ବିରକ୍ତି ଭାବ ପ୍ରକାଶ କରି ଲୋକଙ୍କୁ ଦୁବ୍ୟବହାର ପଦର୍ଶନ କରୁଛନ୍ତି।ଅନେକ ସମୟରେ ରେସିଡେନ୍ସିଆଲ ସାର୍ଟିଫିକେଟ୍ , ଜାତିଗତ ପ୍ରମାଣପତ୍ର , ଆୟ ପ୍ରମାଣପତ୍ର ଗୁଡ଼ିକର ଯାଞ୍ଚ ପ୍ରକିୟା ନାଁ ରେ ଲୋକଙ୍କୁ ବାର୍, ବାର୍ ଅଫିସ କୁ ଦୌଡ଼ାଇ ହଇରାଣ ହରକତ କରିବା ସହ ବିରକ୍ତି ହୋଇ ଦୁର୍ବ୍ଯବହାର ପଦର୍ଶନ କରି ପରି ଶେଷରେ ସାର୍ଟିଫିକେଟ୍ ଖାରଜ ରିପୋର୍ଟ୍ ପ୍ରଦାନ କରୁଛନ୍ତି ।ଯାହ ଫଳରେ ଅଞ୍ଚଳର ଛାତ୍ରଛାତ୍ରୀ ଙ୍କୁ ଉଚ୍ଚଶିକ୍ଷା ନିମନ୍ତେ କଲେଜ ନାମଲେଖା ରେ ଘୋର ଅସୁବିଧାର ସମ୍ମୁଖନ ହେବାକୁ ପଡୁଥିବା ଉଲ୍ଲେଖ କରିଛନ୍ତି।ଏହା ସହ ଘର ଓ ଜମି ପଟ୍ଟା ପାଇଁ ଆବେଦନ କରିଥିବା ଆବେଦନକାରୀ ଙ୍କୁ ଫିଲ୍ମ ଭିଜିଟ୍ ନାଁ ରେ ମାସ, ମାସ ଧରି ଆପ୍ଲିକେସନ କୁ ପକେଇ ରଖି ପରି ଶେଷରେ ଖାରଜ ହେଲା ଭଳି ରିପୋର୍ଟ୍ ପ୍ରଦାନ କରିବା ଜମି ର ଟିକସ ପାଠ ନିମନ୍ତେ କାର୍ଯ୍ୟାଳୟ କୁ ଯାଉଥିବା ଭାଗଚାଷୀ ଏବଂ ଭୋଗ ଦଖଲ କାରୀ ଚାଷୀମାନଙ୍କ ଠାରୁ ଟିକସ ଟଙ୍କା ନେବା ପରିବର୍ତ୍ତେ କାର୍ଯ୍ୟାଳୟ ରୁ ତୁରନ୍ତ ଯିବାପାଇଁ ପାଇଁ ତାଗିଦ କରୁଥିବା ସହ ,ଅନେକ ଦିନ ମାନଙ୍କରେ ରାଜସ୍ବ ନିରୀକ୍ଷକଙ୍କ ଫିଲ୍ମ ଭିଜିଟ୍ ନାଁ ରେ କାର୍ଯ୍ୟାଳୟ କୁ ନାଆସିବା ଫଳରେ କାର୍ଯ୍ୟାଳୟ ବନ୍ଦ ରହୁଛି। ଫୋନ୍ ଯୋଗେ ଯୋଗାଯୋଗ କଲେ ବିରକ୍ତ ପ୍ରକାଶ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଘଟଣା ନେଇ ରାଜସ୍ବ ନୀରିକ୍ଷକ ସବିତା ପ୍ରଧାନ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଫୋନ ରିସିଭ୍ ନକରିବାରୁ ମତାମତ ସଂଗ୍ରହ କରାଯାଇ ପାରିନାହିଁ।





