ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ ! ମଉଳିନି ଘୋଷଯାତ୍ରା ର ଆଶା…..

0
458

 

ପୁରୀ, ୨୪/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ଭକ୍ତବତ୍ସଳ ମହାପ୍ରଭୁ ଆସିବେ ବଡଦାଣ୍ଡକୁ… ନିଜ ଭକ୍ତମାନଙ୍କୁ ଦେବେ ଦର୍ଶନ… ସାରା ବିଶ୍ୱର କୋଟି କୋଟି ଭକ୍ତ ଙ୍କୁ ନିରାଶ କରିବେନି ଜଗତର ନାଥ ଜଗନ୍ନାଥ… ହୋଇପାରେ ରଥଯାତ୍ରା… ବନ୍ଦ ନହୋଇପାରେ ମହାପ୍ରଭୁଙ୍କ ମହାନ ପରମ୍ପରା…. ଏ ଆଶା ଏବେ ଉଦଜିବିତ ହେବାରେ ଲାଗିଛି….
କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିରଖିଛି… ଏହି ପରିସ୍ଥିତିରୁ ଓଡିଶାବି ବାଦ ପଡିନି… ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା…
ଏଭଳି ପରିସ୍ଥିତିରେ ଚଳିତ ବର୍ଷ ମହାପ୍ରଭୁ ଙ୍କ ରଥଯାତ୍ରା ଅନୁଷ୍ଠିତ ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ପୁରୀ ଗଜପତି ମହାରାଜ ଓ ଶ୍ରୀମନ୍ଦିର ପ୍ରଶାସନ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇଛନ୍ତି…
ତେବେ ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ କାର୍ଯ୍ୟ ଶ୍ରୀମନ୍ଦିର ଭିତରେ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଡଃ କିଶନ କୁମାର… ଗୁରୁଜୀଙ୍କ ସହ ବୈଠକ ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ… ତେବେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବା କି ନାହିଁ ତାହା ଲକଡ଼ାଉନ ଅବଧି ଶେଷ ହେବା ପରେ ନିଷ୍ପତି ନିଆଯିବ ବୋଲି ଡ଼ଃ କିଶନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି…
ରଥଯାତ୍ରା ସମ୍ପାଦନ ସମ୍ପର୍କରେ ସରକାର ନିଷ୍ପତି ନିଅନ୍ତୁ ବୋଲି ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଥିଲେ ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟ ସିଂହ ଦେବ….

LEAVE A REPLY

Please enter your comment!
Please enter your name here