ପୁରୀ : ସାମ୍ବାଦିକ ଙ୍କୁ ଆକ୍ରମଣ, ଥାନା ରେ ମାମଲା ରୁଜୁ

0
417

 

ପୁରୀ, ୦୩/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ କରିବାକୁ ଯାଇଥିବା କ୍ୟାମେରାମ୍ୟାନ ସହ ସାମ୍ବିଦକଙ୍କୁ ଫରେଷ୍ଟ ଗାର୍ଡଙ୍କ ଆକ୍ରମଣ ହୋଇଛି।କରୋନା ଭୟ ଭିତରେ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକମାନେ ଆକ୍ରମଣର ଶୀକାର ହେବା ଭଳି ଘଟଣା ସାମ୍ନାକୁ ଆସିଛି । ଏହି ଆକ୍ରମଣ ଆଉ କେହି କରୁନାହାନ୍ତି , ବରଂ ଦୁଇଜଣ ଫରେଷ୍ଟଗାର୍ଡଏହି ଆକ୍ରମଣ କରିଛନ୍ତି । ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଜି କଳିଙ୍ଗର କ୍ୟାମେରାମ୍ୟାନ ଚିତରଞ୍ଜନ ଖୁଂଟିଆଙ୍କୁ ଆକ୍ରମଣ ହୋଇଛି । ନେଚରକ୍ୟାମ୍ପର ଦୁଇ ପରେଷ୍ଟଗାର୍ଡ ଏହି ଆକ୍ରମଣ କରିଛନ୍ତି । ଏହି ସମୟରେ କନକ ନ୍ୟୁଜର ସାମ୍ବାଦିକ ତାଙ୍କୁ ସୁରକ୍ଷା ଦେବାକୁ ଚାହୁଁଥିବାବେଳେ ତାଙ୍କୁ ମଧ୍ୟ ଠେଲାପେଲା କରାଯାଇଛି । ନେଚରକ୍ୟାମ୍ପ ଭିତରେ ମଦ ବୋତଲ ଥୁଆ ହୋଇଥିବାର ଦୃଶ୍ୟ କାଳେ କ୍ୟାମେରାରେ ଉଠାଯାଇଛି ବୋଲି ସନ୍ଦେହ କରି ଦୁଇ ଫରେଷ୍ଟଗାର୍ଡ ଏହି ଅଚାନକ ଆକ୍ରମଣ କରିଥିଲେ । ଏନେଇ ପେଣ୍ଠକଟା ମେରାଇନ ଥାନାରେ ଏତଲା ରୁଜୁ ହୋଇଛି । ୩୦୭, ୩୪୧, ୨୯୪,୩୨୩, ୫୦୬, ୪୨୭, ୩୪ ଦଫା ଲାଗିଥିବା ସୂଚନା ମିଳିଛି ।
IMG_8931

LEAVE A REPLY

Please enter your comment!
Please enter your name here