ଖୁଲାମ୍ ଖୁଲା ଚାଲିଛି ନକଲି ମଦ ଓ ଗୁଟୁଖା କାରବାର

0
348

 

ଚିକିଟି,୦୩/୦୫/୨୦୨୦(ଗଦାଧର ଶୁକ୍ଳ) ଲକ୍ ଦାଉନ ସମୟ ରେ ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳ ରେ ଅବାଧ ନକଲି ବିଦେଶୀ ମଦ ଓ ଗୁଟୁଖା କାରବାର ଚାଲି ଥିଲେ ମଧ୍ୟ କୌଣସି ଆଖି ଦୃଷ୍ଟିଆ ପଦଖେପ ନଆଯାଉ ନଥିବା ଅଭିଯୋଗ ହେଉଛି। ଲକ୍ ଡାଉନ ସମୟ ରେ ରାଜ୍ୟ ସରକାର ବିଦେଶୀ ମଦ ଦୋକାନ କୁ ସମ୍ପୁର୍ଣ୍ଣ ବନ୍ଦ କରି ଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ନକଲି ବିଦେଶୀ ମଦ କୁ କମ୍ ଦର ରେ କିଣି ପ୍ରାୟ ୩ ଗୁଣା ଦର ରେ ବିକ୍ରି କରୁ ଥିଲେ ମଧ୍ୟ ଅବକାରୀ ବିଭାଗ ନିଘୋଡ଼ ନିଦ୍ରାରେ ଶୋଇଥିବା ବେଳେ ଅଞ୍ଚଳରେ ଅବକାରୀ ବିଭାଗର କାର୍ୟ୍ଯ ତୁଲାଉଥିବା କେ ନୂଆଗାଁ ପୋଲିସ୍ ସ୍ଥାନୀୟ ମଦ ଦୋକାନୀ ଙ୍କ ଇଙ୍ଗିତରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଙ୍କୁ ଟାର୍ଗେଟ କରି ହଇରାଣ ହରକତ କରୁଥିବା ବେଳେ ପ୍ରଭାବଶାଳୀ ଙ୍କ ମଦ ବେପାର ଉପରେ କୌଣସି ପଦଖେପ ନେଉ ନଥିବା ଜଣା ପଡ଼ିଛି ।ଏପଟେ କିଛି ନିରୀହ ଲୋକ ଙ୍କୁ ପଚରା ଉଚରା କରି ଛାଡ଼ି ଦେଉ ଥିବା ବେଳେ ରାତା ରାତି ମାଲା ମାଲ ହେବାର ସ୍ବପ୍ନ ଦେଖି ଚିକିଟି ଏନଏସି ଓ ଏହାର ଆଖ ପାଖ ଅଞ୍ଚଳ ଗୁଡ଼ିକ ମଧ୍ୟରେ ଧାନଘର ଛକ ରେ ଚୋରା ମଦ ବିକ୍ରି କାର ବାର ଜୋର ଦାର୍ ଚାଲିଛି। ଅବକାରୀ ଓ ପୋଲିସ୍ ର ଅଜାଣତ ରେ ଏଭଳି କାରବାର ଚାଲିବା ଅସମ୍ଭବ ବୋଲି ସଧାରଣ ରେ ଚର୍ଚ୍ଚା ହେଉଛି । ବ୍ରହ୍ମପୁର ସହର ରେ ପ୍ରଶାସନ ବାରମ୍ବାର ଚଢ଼ାଉ କରି କୋଟି କୋଟି ଟଙ୍କା ର ନକଲି ମଦ ଓ ତମାଖୁ ଜବତ କରି ଥିଲେ ମଧ୍ୟ ଚିକିଟି ରେ ଏହା କମିବା ପରିବେର୍ତେ ବଢିବା ରେ ଲାଗିଛି। ଏଭଳି ନକଲି ମଦ ଓ ଗୁଟୁଖା କାର ବାର ଚାଲୁ ରହିବ ତେବେ ମଦ ମୄତୁ ହେବ ବୋଲି ବୁଦ୍ଧିଜିବି ମହଲ ରେ ମତ ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here