ଖୋଇଲା ଫରେଷ୍ଟ ପାର୍କ

0
176

ଭୁବନେଶ୍ୱର, ୨୪/୦୫/୨୦୨୦( ଆକାଶ ମିଶ୍ର) – ପ୍ରାୟ ଦୁଇ ମାସ ବନ୍ଦ ପରେ ଆଜି ସର୍ବସାଧାରଣଙ୍କ ପାଇଁ
ଖୋଲିଲା ଫରେଷ୍ଟ ପାର୍କ । କିଛି ପାର୍କକୁ ପରୀକ୍ଷାମୂଳକ ଭାବେ ବିଏମସି ପକ୍ଷରୁ ଖୋଲାଯାଇଛି । ଭୁବନେଶ୍ବରର ଫରେଷ୍ଟ ପାର୍କ,ଆଇଜି ପାର୍କ ଏବଂ ବୁଦ୍ଧ ପାର୍କ ସର୍ବସାଧାରଣଙ୍କ ଉଦେଶ୍ୟରେ ଖୋଲିଲା । ତେବେ ପାର୍କ ଖୋଲିବା ନେଇ କିଛି ଗାଇଡଲାଇନ ଜାରି କରାଯାଇଛି। ଏପରିକି ପାର୍କ ଖୋଲିବା ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏଣିକି ସକାଳ ୭ରୁ ଦିନ ୧୦ ଓ ଅପରାହ୍ଣ ୪ରୁ ସନ୍ଧ୍ୟା ୬ଯାଏଁ ପାର୍କ ଖୋଲା ରହିବ। ପାର୍କରେ ସମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଛେପ ପକାଇବା, ବ୍ୟାୟାମ ଉପକରଣ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।
ଅନ୍ୟପଟେ ବିଡିଏ ଫରେଷ୍ଟ ପାର୍କ ଖୋଲିବା ନେଇ କିନ୍ତୁ ବିବାଦ ଉଠିଲାଣି। ଏହି ପାର୍କକୁ ରାଜଧାନୀର ବହୁ ଭିଆଇପି ପ୍ରାତଃ ଭ୍ରମଣରେ ଆସୁଥିବାରୁ ସେମାନଙ୍କୁ ନଜରରେ ରଖି ପାର୍କ ଖୋଲା ଯାଉଥିବା କୁହାଯାଇଛି। ଏପରିକି ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ଏହି ପାର୍କ ଖୋଲିଲେ ଲୋକଙ୍କ ଭିଡ଼ ଜମିବ। ଏହାଦ୍ବାରା କରୋନା ସଂକ୍ରମଣ ହେବାର ସମ୍ଭାବନା ଅଛି। ହେଲେ ବିଡିଏ କର୍ତ୍ତୃପକ୍ଷ କ’ଣ ଅତିରିକ୍ତ ପ୍ରତିଷେଧକ ନେଇ ପାର୍କ ଖୋଲୁଛନ୍ତି, ତାହା ରବିବାର ଦିନ ଖୋଲା ପରେ ହିଁ ଜଣାପଡିବା ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here