ଚଳିତ ବର୍ଷର ମହାମାରୀ ପାଇଁ ଘର ହୋଲଡିଂ ଟିକସ ଛାଡ ଓ ରିଭାଇଜ୍ଡ ହୋଲଡିଂ ଟିକସ୍ ଲାଗୁ କରିବା ପୂର୍ବରୁ ଜନ ଶୁଣାଣି ପାଇଁ ଦାବୀ

0
538

 

ବ୍ରହ୍ମପୁର, ୦୯/୦୯/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି”ପିପୁଲ ଫର ଦି ପବ୍ଲିକ୍” ପକ୍ଷରୁ ଏକ ଦାବୀ ପତ୍ର ବ୍ରହ୍ମପୁର ମହାନଗର ନିଗମ କମିଶନର ଙ୍କୁ ପ୍ରଦାନ କରାଯାଇଛି।ଚଳିତ ବର୍ଷ ମହାମାରୀ ଯୋଗୁଁ ଘର ହୋଲଡିଂ ଟିକସ ଛାଡ ଓ ରିଭାଇଜ୍ଡ ହୋଲଡିଂ ଟିକସ୍ ଲାଗୁ କରିବା ପୂର୍ବରୁ ଜନ ଶୁଣାଣି ଓଡ଼ିଶା ମହାନଗର ନିଗମ ଆଇନ,୨୦୦୩ ଅନୁଯାୟୀ କରିବା ପାଇଁ ଏକ ଦାବି ପତ୍ର ପିପୁଲ ଫର ଦି ପବ୍ଲିକ ତରଫରୁ ଦିଆଯାଇଛି । ଏଥି ସହ ମହାନଗର ଅଞ୍ଚଳ ର ସମସ୍ତ ୱାର୍ଡ ରେ କୋଭିଡ କମିଟି ଗଠନ କରିବା ପାଇଁ ଦାବୀ କରାଯାଇଛି ।
ସଂଗଠନ ର ସଭାପତି ଆଇନଜୀବୀ ସୁବ୍ରତ ସାହୁ, ସମ୍ପାଦକ ସତୀଶ ପାଣିଗ୍ରାହୀ, କୋଷାଧ୍ୟକ୍ଷ କୁନାଲ ସାହୁ, ପେଟ୍ରନ ହେମାଙ୍ଗ ରାଉଳ, ସଦସ୍ୟା ଆଇନଜୀବୀ ଅଞ୍ଜଳି ମହାନ୍ତି, ପ୍ରଦିପ ସାହୁ, ସନ୍ତୋଷ ଦାସ, ଦିନେଶ, ପ୍ରମୁଖ ଉପସ୍ଥିତ ଦାବୀ ପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here