ରମେଶ ଜେନାଙ୍କ ମାତୃ ବିୟୋଗ ।ଅଞ୍ଚଳରେ ଶୋକର ଛାୟା ।

0
263

ବ୍ରହ୍ମପୁର,୦୯/୦୯/୨୦୨୦: ବିଶିଷ୍ଟ କଂଗ୍ରେସ ବ୍ୟକ୍ତିତ୍ଵ ତଥା ସାନଖେମୁଣ୍ଡି ବିଧାନସଭା ଆସନର ଚର୍ଚ୍ଚିତ କଂଗ୍ରେସ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଆଜି ମାତୃ ବିୟୋଗ ଘଟିଅଛି । ବ୍ରହ୍ମପୁର ବିଲସାହି ସ୍ଥିତ ନିଜ ବାସଭବନରେ ଶ୍ରୀ ଜେନାଙ୍କ ପ୍ରିୟବୋଉ ଶ୍ରୀମତୀ ଅପସରି ଜେନାଙ୍କ ୭୫ ବର୍ଷ ବୟସରେ ମହାପ୍ରୟାଣ ଘଟିଛି ।କିଛିଦିନ ପୂର୍ବେ ଘରେ ଖସି ପଡ଼ିଯିବା କାରଣରୁ ଗୋଡ଼ ଏବଂ ମେରୁଦଣ୍ଡରେ ଆଘାତ ପାଇଥିଲେ । ଉପଯୁକ୍ତ ଚିକିତ୍ସାପରେ ସୁସ୍ଥ ହୋଇଥିଲେ ମଧ୍ୟ ଆଜି ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ,ପରିଶେଷରେ ସକାଳ ସାଢ଼େ ଆଠଟା ସମୟରେ ହୃଦଘାତରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।ମୃତ୍ୟୁ ସମୟରେ ସ୍ବାମୀ ଆରଖିତଙ୍କ ସହ ପୁଅ ମହେଶ୍ୱର ନିକଟରେ ଥିବାବେଳେ ତିନି ବୋହୂ ତିନି ଝିଅ ,ଜ୍ବାଇଁ ,ନାତି ନାତୁଣୀ ଆଦି ବିଶାଳ ପରିବାର ଉପସ୍ଥିତ ରହିଥିଲେ ।
ଖବର ପାଇ ବିଧାୟକ ପୁଅ ଆଇନର ତର୍ଜମା କ୍ରମରେ କୋର୍ଟ ଅନୁମତି ପ୍ରକାରେ ବ୍ରହ୍ମପୁର ପହଞ୍ଚି ପ୍ରିୟବୋଉଙ୍କ ଶେଷ ଦର୍ଶନ କରିବା ସହିତ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିଲେ । ଶୋକାକୁଳ ପରିବେଶରେ ହଜାର ହଜାର ପ୍ରିୟ ପରିଜନଙ୍କ ଗହଣରେ ଅନୁଷ୍ଠିତ ଶବ ଶୋଭାଯାତ୍ରାରେ ରମେଶ ଅନୁଗତଙ୍କ ମାଆ ଭାବରେ ଖ୍ୟାତ ସ୍ବର୍ଗତ ଅପସରି ଜେନାଙ୍କ ଶେଷ ଦର୍ଶନ ପାଇଁ ସାନଖେମୁଣ୍ଡି ତଥା ଗଞ୍ଜାମ ଜିଲ୍ଲା ଭିତ୍ତିରେ ବହୁ ଜନସମାଗମ ଆଶଙ୍କା ଥିଲେ ମଧ୍ୟ ଯୋଗାଯୋଗ ଭିତ୍ତିରେ ବାରଣ କରାଯାଇଥିଲା ।
ବିଧାୟକଙ୍କ ମାତୃ ବିୟୋଗରେ ନିଜ ଗ୍ରାମ କଙ୍କୋରଡ଼ା ଅଞ୍ଚଳରେ ଷୋକର ଛାୟା ଖେଳି ଯାଇଛି ।ଅଞ୍ଚଳରେ ଥିବା ଶ୍ରୀ ଜେନାଙ୍କ ପ୍ରିୟଜନ ସ୍ବର୍ଗତ ଅପସରି ଜେନାଙ୍କ ଭଳି ଜଣେ ମହିୟସୀ ,ଆତ୍ମୀୟ ବତ୍ସଳ ପରୋପକାରୀ ପରିଜନଙ୍କୁ ହରାଇଥିବାରୁ ବ୍ୟଥିତ ଥିବା ଲକ୍ଷ କରାଯାଇଛି ।

ରିପୋର୍ଟ – ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here