କୃମି ନାଶକ ଔଷଧ ବଣ୍ଟନ

0
462

 

ଶେରଗଡ,୨୧/୦୯/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ଆଜି ଠାରୁ ସପ୍ତାହ ବ୍ଯାପି ଗଞ୍ଜାମ ଜିଲ୍ଲା ରେ ପ୍ରତି ଘରେ ଘରେ ଏକବର୍ଷର ଶିଶୁ ଙ୍କ ଠାରୁ ଆରମ୍ଭ କରି ୧୯ବର୍ଷ ବୟସ୍କ ଯୁବକ ଯୁବତୀ ମାନଙ୍କୁ କୃମି ନାଶକ ଔଷଧ ଖାଇବାକୁ ଦିଆଯାଇଛି ।ଏହି କାର୍ଯ୍ୟକ୍ରମ ଆସନ୍ତା ୨୬ତାରିଖ ଯାଏଁ ଚାଲୁରହିବ।ଶେରଗଡ ବ୍ଲକ ର ପିତ୍ତଳ ରେ ଏହି କାର୍ଯ୍ଯକ୍ରମ ଆଜି ଆରମ୍ଭ ହୋଇଛି ।ଆଶା ଓ ଅଙ୍ଗନବାଡିକର୍ମୀ ରୀତା ମହାପାତ୍ର ପୁଷ୍ପାଞ୍ଜଳି ପଣ୍ଡା ଏହି କାର୍ଯ୍ୟକ୍ରମରେ କୃମି ଔଷଧ ବଣ୍ଟନ ଆରମ୍ଭ କରିଛନ୍ତି ।ଏତତ୍‌ ବ୍ଯତୀତ ଆଶା ବିଷ୍ଣୁପ୍ରିୟା ପାଢି, ମଂଜୁଲତା ବଡୁ,ରୀତା ମିଶ୍ର, ଜୋତ୍ସନା ନାୟକ,ଲକ୍ଷ୍ମୀ ପଣ୍ଡା, ଲଳିତା ଦାଶ ଙ୍କ ସମେତ ସମସ୍ତ ଅଙ୍ଗନବାଡି କର୍ମୀ ଏହି କାର୍ଯ୍ଯ ସଂପାଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here