ଦୁଇବର୍ଷ ପତ୍ନୀ ଭାବେ ଗ୍ରହଣ କରି ଅନ୍ୟ ଜଣଙ୍କୁ ବିବାହ: ପ୍ରଥମ ପତ୍ନୀ ଥାନାର ଦ୍ୱାରସ୍ଥ

0
342

ବୁଗୁଡ଼ା,୨୮/୦୯/୨୦୨୦: ଜଣେ ନାବାଳିକାଙ୍କୁ ସାଥିରେ ନେଇ ମନ୍ଦିରରେ ବାହାହୋଇ ଦୁଇ ବର୍ଷ ଶାରୀରିକ ସମ୍ପର୍କ ରଖି ପରେ ଅନ୍ୟ ଜଣେ ମହିଳାଙ୍କୁ ବାହା ହେବା ପରେ ପ୍ରଥମ ପତ୍ନୀ ବୁଗୁଡା ଥାନାରେ ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି। ଗତ ୨୦୧୮ ସେପ୍ଟମ୍ବର ମାସରେ ମୋଟାବାଡ଼ିର ଜଣେ ନାବାଳିକା ଘରୁ ନିଖୋଜ ହୋଇଥିବା ନେଇ ବୁଗୁଡ଼ା ଥାନାରେ ନାବାଲିକାଙ୍କ ମାଆ ରିପୋର୍ଟ କରିଥିଲେ । ପୋଲିସ୍ ବହୁଦିନ ଖୋଜିବା ପରେ ମଧ୍ଯ ନାବାଳିକା ଜଣଙ୍କୁ ଖୋଜି ପାଇପାରିନଥିଲେ।ଘରୁ ନିଖୋଜ ହେବା ବେଳେ ନାବାଳିକା ଥିଳ ବେଳେ ବର୍ତ୍ତମାନ ସେ ସାବାଳିକା ହୋଇଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ଘରେ କେହି ନଥିବା ବେଳେ ମୋଟାବାଡ଼ି ଗ୍ରାମର କେଶବ ସେଠୀ ଘରେ ପଶି ବଳ ପୂର୍ବକ ନାବାଳିକା ଜଣକ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଲାଜ ଓ ଭୟରେ ନାବାଳିକା ଜଣକ ଘରେ କହି ପାରୁନଥିଲେ। ଏମିତି କିଛି ଦିନ ପରେ ୨୦୧୮ ସେପ୍ଟେମ୍ବର ମାସରେ କେଶବ ସେଠୀ ନାବାଳିକା ଜଣକୁ ଧରି ଭୁବନେଶ୍ବର ପଳାଇଯାଇଥିଲେ। ଝିଅର ଖବର ଜାଣିନପାରି ନାବାଳିକାଙ୍କ ମା ବୁଗୁଡ଼ା ଥାନାରେ ଲିଖିତ ଏତଲା ଦେଇଥିଲେ । କେଶବ ଭୁବନେଶ୍ବରରେ ଏକ ମନ୍ଦିରରେ ଫୁଲମାଳ ବିନିମୟ କରି ନାବାଳିକାଙ୍କୁ ବିବାହ କରିଥିଲେ। ଏହାପରେ ଭୁବନେଶ୍ଵରରୁ ଦୁହେଁ ସୁରାଟ ଚାଲିଯାଇଥିଲେ। ସୁରାଟରେ କେଶବଙ୍କ ବାପା ଓ ଭାଇ ମଧ୍ଯ କାମ କରୁଥିଲେ। ସେଠାରେ ରହିବା ସମୟରେ ଉଭୟେ ପତି ପତ୍ନୀ ଭଳି ଚଳୁଥିଲେ। ବାପା ଓ ଭାଇଙ୍କ କଥାରେ ପଡି କେଶବ ନିଜ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖୁଥିଲେ ମଧ୍ଯ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏଭଳି ସ୍ଥିତିରେ କେଶବ ନିଜ ପତ୍ନୀଙ୍କୁ ଧରି ଆନ୍ଧ୍ରପ୍ରଦେଶ ର ନେଲୁରକୁ ଯାଇ ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କଲେ। ନେଲୁରରେ ଦେଢ ବର୍ଷ ରହିବା ଭିତରେ କେଶବ ନିଜ ପତ୍ନୀ ସହ ଶାରୀରିକ ସଂପର୍କ ରଖିବା ସହ ନିର୍ଯ୍ୟତନା ଦେଉଥିଲେ। ଦେଢ ବର୍ଷ ପରେ ପତ୍ନୀଙ୍କୁ ଏକାକୀ ଛାଡି କେଶବ ଲୁଚି ଗ୍ରାମକୁ ଚାଲି ଆସି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। କେଶବଙ୍କ ପ୍ରଥମ ପତ୍ନୀ ଜଣଙ୍କ ନେଲୁରରେ ମଜୁରୀ ଖଟି କିଛି ଟଙ୍କା ଯୋଗାଡ଼ କରି କୌଣସି ମତେ ଚଳିତ ମାସ ୨୦ ତାରିଖରେ ଗ୍ରାମରେ ପହଞ୍ଚି ଜାଣିଲେ ଯେ କେଶବ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ହୋଇ ଘରେ ରହୁଛନ୍ତି। ପୀଡିତା ପ୍ରଥମ ପତ୍ନୀ ନିଜ ମାଆ ଓ ଭାଇଙ୍କୁ ଧରି କେଶବଙ୍କ ଘରକୁ ନ୍ୟାୟ ପାଇବା ପାଇଁ ଯାଇଥିବା ବେଳେ କେଶବ, ତାଙ୍କ ବାପା ପ୍ରେମା ସେଠୀ, ମାଆ ସରସ୍ଵତୀ, ରାଜୀବ ଓ କୃଷ୍ଣ ମିଶି ପିଟାପିଟି କରି ପ୍ରଥମ ପତ୍ନୀକୁ ଘରୁ ତଡ଼ିଦେଇଥିଲେ। ଏହାପରେ ପୀଡିତା ନିଜ କୂଳ ସଭାରେ ଜଣାଇଲେ ମଧ୍ଯ ନ୍ୟାୟ ପାଇନପାରି ଏବେ ପୋଲିସ ଥାନାର ଦ୍ବାରସ୍ଥ ହୋଇଛନ୍ତି। ବୁଗୁଡ଼ା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କହିଛନ୍ତି ଯେ ପୀଡିତା ନାବାଳିକା ଥିବା ବେଳେ ତାଙ୍କ ମାଆ ଦେଇଥିବା ରିପୋର୍ଟ କୁ ଆଧାର କରି କେଶ୍ ନଂ ୨୧୪ /୧୮ ର ପରିବର୍ତ୍ତନ କରି ମାମଲା ରୁଜୁହେବ। ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ୧୬୪ ପ୍ରକାରେ ବକ୍ତବ୍ୟ ରେକର୍ଡ କରାଯିବ। ଅଭିଯୁକ୍ତ ମାନେ ଫେରାର୍ ଥିବା ବେଳେ ତାଙ୍କୁ ଅତିଶୀଘ୍ର ଗିରଫ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here