ସଡକ ସୁରକ୍ଷା ନେଇ ସଚେତନତା

0
14

ବ୍ରହ୍ମପୁର,୨୫/୦୪/୨୦୨୪: ଜାତୀୟ ସଡ଼କ ସୁରକ୍ଷା ମିଶନ ଉପଲକ୍ଷେ ମିନାକ୍ଷୀ ନଗର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା।ଏପରି ପଦଯାତ୍ରା ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଜନସାଧାରଣ ଙ୍କୁ ସଡ଼କ ସୁରକ୍ଷା ର ବାର୍ତ୍ତା ପ୍ରଦାନ କରିଥିଲ । ଅନ୍ଧ ପସରା ରୋଡ ଠାରେ ଏପରୀ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ଉତ୍ସାହ ସହ ସାମିଲ୍ ହୋଇଥିଲେ l ଏଥିରେ ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ସହଯୋଗ କରିଥିଲେ l ଏପରି କାର୍ଯ୍ୟ ପାଇଁ ସ୍କୁଲର ଅଧ୍ୟକ୍ଷ କାଁହୁ ଚରଣ ପଣ୍ଡା, ନିର୍ଦେଶକ କୁନାଲ କୌଶିକ ପଣ୍ଡା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ l
ଗାଡ଼ି ଚାଳନା ସମୟ ରେ ମୁଣ୍ଡରେ ହେଲମେଟ ପିନ୍ଧିବା, ମୋବାଇଲ ବ୍ୟବହାର ନ କରିବା, ତିନି ଜଣ ଙ୍କୁ ଗାଡ଼ି ରେ ନ ବସେଇବା , ମଦ୍ୟପାନ କରି ଗାଡ଼ି ନ ଚଲେଇବା, ଲାଇସେନ୍ସ ରଖିବା ଆଦି ବିଷୟ ନେଇ ଏପରି ସଚେତନ କରା ଯାଇଥିଲା। ଯଦି କୌଣସି ସ୍ଥାନରେ ଦୁର୍ଘଟଣା ହୁଏ ତୁରନ୍ତ ଆହତ ମାନଙ୍କୁ ଡାକ୍ତରଖାନା ନେବା ଉଚିତ୍ ବୋଲି କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here