ନୟାଗଡ଼, ୦୩/୧୦/୨୦୨୦: ଓଡ଼ଗାଁ ନିକଟ କୁରାଳ ଠାରେ ନିଜ ଦୁଆରେ ଥିବା ଡାଲା ଅଟୋକୁ କେହି ଦୁର୍ବୃତ୍ତ ପୋଡ଼ିଦେବା ଭଳି ଗୁରୁତର ଅଭିଯୋଗ ହୋଇଅଛି । ଓଡ଼ଗାଁ ଥାନା ଅଧିନ କୁରାଳ ଫାଣ୍ଡି ଅଞ୍ଚଳରୁ । କୁରାଳ ବାସିନ୍ଦା ସନ୍ତୋଷ କୁମାର ଦାସଙ୍କ କୁରାଳ-ଗିରିଡ଼ିପଲି ରାସ୍ତାର ନିଜ ଘର ସାମନାରେ ଡାଲା ଅଟୋ ରଖି ଶୋଇ ଥିବା ବେଳେ କୌଣସି ଦୁବୃତ୍ତ ଗାଡିଟିକୁ ପୋଡ଼ିଦେଇଥିବା ଜଣାଯାଇଛି । ଗାଡିର ପୋଡୁଥିବା ସମୟରେ ଟାୟାର ଫାଟିବା ଶବ୍ଦ ଶୁଣି ସନ୍ତୋଷ ଉଠି ଦୁଆରକୁ ଚାଲି ଆସିବାରୁ ଦୁବୃତ୍ତ ମାନେ ଦୌଡ଼ି ପଳାଇଥିବା ଜଣା ପଡ଼ିଛି । ଦୁର୍ବୃତ ଙ୍କ ଗାଡ଼ି ପୋଡ଼ି ସମନ୍ଧୀୟ କୌଣସି କାରଣ ସ୍ପଷ୍ଟ ହୋଇ ନଥିଲେ ସୁଦ୍ଧା ସନ୍ତୋଷ ଓଡ଼ଗାଁ ଥାନାରେ ଆଜି ସକାଳୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।
ରବୀନ୍ଦ୍ର ପ୍ରଧାନ , ନୟାଗଡ଼