ବ୍ଲକ ସ୍ତରୀୟ କୋଭିଡ ସପ୍ତାହ ଉଦଯାପିତ ଓ ଗାନ୍ଧୀ ଜୟନ୍ତୀ ପାଳିତ l

0
191

ବ୍ରହ୍ମପୁର,୦୩/୧୦/୨୦୨୦( ଟୁକୁନା ପ୍ରଧାନ)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲ ପରିସରରେ କୋଭିଡ୍ ସପ୍ତାହ ଉଦଯାପିତ ହେବା ସହ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା l ଜନତା ହାଇସ୍କୁଲ ପ୍ରଧାନ ଶିକ୍ଷକ କେ. ଭୀମରାଜୂ ପାତ୍ରଙ୍କ ଅଧକ୍ଷତlରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ବେଦବର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବି ଇ ଓ କମଳାକାନ୍ତ ସାହୁ ଯୋଗଦେଇ କୋଭିଡ୍ ୧୯ ପାଇଁ ସଚେତନତା ଉପରେ ଛାତ୍ରଛାତ୍ରୀଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହା ସହିତ ଗାନ୍ଧୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ପରେ କୋଭିଡ୍ ସପ୍ତାହ ପାଇଁ ଆୟୋଜିତ ଅନଲାଇନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରl ପୁରସ୍କାର ବଣ୍ଟନ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here