ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ ଦାବୀରେ ଫରୱାର୍ଡ଼ ବ୍ଲକର ବିକ୍ଷୋଭ

0
157

ଭୁବନେଶ୍ୱର,୧୯/୧୦/୨୦୨୦(ବ୍ୟୁରୋ ରିପୋର୍ଟ) ଗତ ଅକ୍ଟୋବର ୭ ତାରିଖରେ ରାଜଭବନ ନିକଟସ୍ଥ ଆଇଓସିଏଲଫିଲିଙ୍ଗ ଷ୍ଟେସନରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଅପରାହ୍ନ ୧ ଘଟିକା ସମୟରେ ଗ୍ୟାସ ଟାଙ୍କିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଯେଉଁ ବିସ୍ଫୋରଣରେ ଏକାଧିକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ । ସ୍ଥାନୀୟ ୟୁନିଟ-୬, ସୂର୍ଯ୍ୟନଗର ଓ ରାଜଭବନ ପରିସରର ବହୁ ଘରଦ୍ୱାର ଭାଙ୍ଗିରୁଜି ଯାଇଅଛି । ସ୍ଥାନୀୟ ଅଂଚଳର ଦୋକାନୀ, ଉଠା ଦୋକାନୀ ଓ ବସ୍ତି ବାସିନ୍ଦାଙ୍କ ଘରଦ୍ୱାର ମଧ୍ଯ ଭାଙ୍ଗିରୁଜି ଯାଇଅଛି । ଏଭଳି ଏକ ଭୟଙ୍କର ଘଟଣାର ୧୩ ଦିନ ବିତି ଯାଇଥିଲେ ମଧ୍ଯ ଏହି ଘଟଣା ପାଇଁ ଦାୟୀ ଆଇଓସିଏଲ କର୍ତୁପକ୍ଷ, ଟାଙ୍କିର ଡ଼ିଲର କିମ୍ବା ମରାମତି ଦାୟିତ୍ୱ ନିର୍ବାହ କରୁଥିବା କଂଟ୍ରାକ୍ଟର କାହାରିକୁ ଗିରଫ କରାଯାଇ ନାହିଁ । ବିସ୍ଫୋରଣର ପ୍ରଭାବରେ ସ୍ଥାନୀୟ ଅଂଚଳରେ ଘରଦ୍ୱାର ଭାଙ୍ଗି ଯାଇଥିବା କାରଣରୁ ଉଭୟ ସ୍ଥାୟୀ ବାସିନ୍ଦା ଓ ବସ୍ତି ବାସିନ୍ଦା ବର୍ଷାର ବତ୍ପାତ ସମୟରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଉଭୟ ଆଇଓସିଏଲ ଓ ରାଜ୍ୟ ସରକାରଙ୍କ ଅକୁହା ନିରବତା ସମଗ୍ର ଘଟଣାକୁ ପ୍ରହେଳିକାମୟ କରିଦେଇଛି । ଯାହାଫଳରେ କ୍ଷତିଗ୍ରସ୍ତ ବସ୍ତି ବାସିନ୍ଦାମାନେ ନାନା ହଇରାଣ ହରକତ ହେଉଛନ୍ତି । ଏଭଳି ଘଟଣାର ପ୍ରତିବାଦ କରିବା ପାଇଁ ଅଜି ସ୍ଥାନୀୟ ମାଷ୍ଟର କ୍ୟାଟିଂନ ଛକ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ “ଅଲ ଇଣ୍ଡିଆଫରୱାର୍ଡ଼ ବ୍ଲକ” ପକ୍ଷରୁ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ଯ ରେ ଯୁବନେତା ନାରାୟଣ ଡ଼ାଳୁଆ, ପ୍ରଦୀପ ଦାସ, ବିଜୟ ସାହୁ, ହରେକୃଷ୍ଣ ବାରିକ, ସୁରେନ୍ଦ୍ର ମଲ୍ଲିକ, ଦଶରଥ ସାହୁ, ସୁଜିତ ଦାସ, ବାପୁନ ରାଉତରାୟ, ଲକ୍ଷ୍ମୀ ନାଏକ, ସୁରେନ୍ଦ୍ର ରାଉତରାୟ, ଏସ୍ . କେ .କମରୁନ୍, ନରଗିସି ବିବି, ମିଥୁନ ବେହେରା ପ୍ରମ୍ମୁଖ ନେତୃତ୍ୱ ନେଇଥିଲେ । ଘଟଣା ପାଇଁ ଦାୟୀ ଇଣ୍ଡିଆନ ଅଏଲ୍ ଅଧିକାରୀ, ପେଟ୍ରୋଲ ପମ୍ପର ଡିଲର ବା ମାଲିକ, ଦୁର୍ଘଟଣା ବେଳେ ମରାମତି କାର୍ଯ୍ୟରେ ନିଯୁକ୍ତ ଥିବା ଠିକା ସଂସ୍ଥା ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବିସ୍ଫୋରଣ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା, ବିସ୍ଫୋରଣ ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ, ଅଙ୍ଗପ୍ରତ୍ୟଙ୍ଗ ହରାଇଥିବା ବ୍ୟକ୍ତି ବିଶେଷଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ସମେତ ଆହତମାନଙ୍କର ମାଗଣା ଚିକତ୍ସା ଓ ଔଷଧ ପ୍ରଦାନର ବ୍ୟବସ୍ଥା କରିବା, ଏହି ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନୀୟ ଅଂଚଳର ସ୍ଥାୟୀ ବାସିନ୍ଦା, ସ୍ଥାୟୀ, ଅସ୍ଥାୟୀ ଓ ଉଠା ଦୋକାନୀ ଏବଂ ବସ୍ତି ବାସିନ୍ଦାଙ୍କ କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ସେମାନଙ୍କୁ ତୁରନ୍ତ ପର୍ଯ୍ୟାପ୍ତ କ୍ଷତି ପୂରଣ ପ୍ରଦାନ କରିବା ସହ ଜନଜୀବନର ସୁରକ୍ଷାକୁ ବିଚାରକୁ ନେଇ ଜନଗହଳି ପୂର୍ଣ୍ଣ ଅଂଚଳରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଗୁଡିକରୁ ଗ୍ୟାସ ଫିଲିଙ୍ଗ ପମ୍ପଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବୀ କରି ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ସ୍ୱତନ୍ତ୍ର ରିଲି‘ କମିଶନର, ଶ୍ରମ କମିଶନର ଏବଂ ବି.ଏମ୍.ସି. କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଦାବୀପତ୍ର ପ୍ରଦାନ କରାଯାଇଥିଲା । ତୁରନ୍ତ ଦାବୀ ପୂରଣ ଦିଗରେ ଉଭୟ ଆଇଓସିଏଲ କତୃପକ୍ଷ ଓ ରାଜ୍ୟ ସରକାର ବିଚାର ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଫରୱାର୍ଡ଼ ବ୍ଲକ ପକ୍ଷରୁ ଜାରି ଏକ ପ୍ରେସ ଇସ୍ତାହାର ରେ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here