ବ୍ରହ୍ମପୁର ସବୁଜ ବାହିନୀର କର୍ମକର୍ତ୍ତା ନିର୍ବାଚନ

0
247

ବ୍ରହ୍ମପୁର,୨୭/୧୨/୨୦୨୦(ବ୍ୟୁରୋ ରିପୋର୍ଟ)ଆଜି ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ” ବ୍ରହ୍ମପୁର ସବୁଜ ବାହିନୀ”ର ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ପଞ୍ଚୁଦେବାଳୟ ମଠ ପରିସର ସ୍ଥିତ ନର୍ସରୀ ଠାରେ ସଂଘ ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଭାପତି ରୁପେ ଶିବରାମ ପାଣିଗ୍ରାହୀ, ଉପ-ସଭାପତି ରୂପେ ଦିପକ କୁମାର ପାତ୍ର, ସମ୍ପାଦକ ରୂପେ ପ୍ରଶନ୍ନ କୁମାର ସ୍ବାଇଁ, ସହ- ସମ୍ପାଦକ ରୂପେ ଏ.ପ୍ରକାଶ,କୋଷାଧ୍ୟକ୍ଷ ରୂପେ ପ୍ରଣୟ କୁମାର ସାହୁ ଏବଂ କାର୍ଯ୍ୟକାରି ସଦସ୍ୟ ରୂପେ କେ ଦିଲୀପ ଆଚାରୀ, ବି ସୂର୍ଯ୍ୟ ନାରାୟଣ ପାତ୍ର,ଗଣେଷ ପାଣିଗ୍ରାହି ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଉପଦେଷ୍ଟା ଭାବେ ଅରବିନ୍ଦ ଦେଶୀବେହେରା, ବନମାଳୀ ପ୍ରଧାନ ମନୋନୀତ ହୋଇଥିଲେ । ନିର୍ବାଚିତ ଅଧିକାରୀ ରୁପେ ସାଗର କୁମାର ପାତ୍ର, ସହଯୋଗୀ ଭାବେ ବିଜେନ୍ଦ୍ର ମାଝୀ ନିର୍ବାଚନ ଦାୟିତ୍ୱ ନିର୍ଵାହ କରିଥିଲେ । ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ବୃକ୍ଷ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରଯାଇଥିଲା ।ଆଗାମୀ ନୂତନ ବର୍ଷ ରେ ନୂତନ ସଂକଳ୍ପ ସହ ମୁଁ ବି ବଞ୍ଚିବାକୁ ଚାହେଁ,ଘର ଠୁ ଘର ବୃକ୍ଷ ରୋପଣ ଓ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ କାର୍ଯ୍ୟକ୍ରମ ଅଧିକ ତ୍ୱରାନ୍ବିତ କରିବା ପାଇଁ ଶପଥ ପାଠ କରଯାଇଥିଲା ।

LEAVE A REPLY

Please enter your comment!
Please enter your name here