ଗଞ୍ଜାମ ଜିଲ୍ଲା ସ୍ୱଚ୍ଛତାଗ୍ରାହୀ ସଂଗଠନ ର ପ୍ରଥମ ବୈଠକ

0
159

ବୁଗୁଡା: ୨୮/୧୨/୨୦୨୦: ବୁଦ୍ଧଖୋଲ ପାଦଦେଶରେ ରବିବାର ଦିନ ଗଂଜାମ ଜିଲ୍ଲାର ୨୨ଟି ବ୍ଲକର ସ୍ୱଚ୍ଛତାଗ୍ରାହୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତାରିଣୀ ଭୂୟାଁ ଅଧ୍ୟକ୍ଷତା କରି ସ୍ୱଚ୍ଛତାଗ୍ରାହୀମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ସର୍ବସମ୍ମତି କ୍ରମେ ଶିବରାମ ପ୍ରଧାନ (ସଭାପତି), ଗଗନ ବେହେରା (ଉପସଭାପତି), ନୃସିଂହ ଚରଣ ଦାସ (ସଂପାଦକ), ନଗୁରୁ ପ୍ରଧାନ (ସହସଂପାଦକ), ସୁରେନ୍ଦ୍ର ନାଥ ପାତ୍ର (କୋଷାଧ୍ୟକ୍ଷ) ଓ ସଂଜୟ କୁମାର ମହାରଣା (ସଂଯୋଜକ)ନିର୍ବାଚିତ ହୋଇଥିଲେ। ଏଥିସହ ସଂଗଠନର ଉପଦେଷ୍ଟା ଭାବେ ନନ୍ଦିନୀ ସାମଲ, ଲକ୍ଷ୍ମୀ ନାରାୟଣ ନାୟକ, ତାରିଣୀ ଚରଣ ଭୂୟାଁ, ଭଗବାନ ସ୍ୱାଇଁ ଓ ଲିଙ୍ଗରାଜ ଦୋରା ମନୋନୀତ ହୋଇଥିଲେ । ଶେଷରେ ସମସ୍ତ ନବନିର୍ବାଚିତ କର୍ମକର୍ତ୍ତା ବୃନ୍ଦ ଶପଥପାଠ କରିଥିଲେ ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here