ଗରିବ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ

0
282

ପାରଳାଖେମୁଣ୍ଡି ,୧୧/୧୦– ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ସଦରମହକୁମା ଠାରେ ଆଜି ଉପହାର ହୃଦୟ ସଂସ୍ଥା ଦ୍ବାରା ଗରିବ ଶ୍ରେଣୀର ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଆଦି ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ରଜତ କୁମାର ପାଣି, ସମ୍ମାନୀତ ଅତିଥି ଭାବେ ମେନେଜର ବି ଏସ ପାଲ , ରଜତ କର, ଆମ୍ବେସ ରାଉଳ, ଏସ କେ ଦୀପ ପ୍ରମୁଖ ଉପସ୍ଥିତ ରହି ୧୮୦ରୁ ଉଦ୍ଧ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ସାମଗ୍ରୀ ଉପହାର ପ୍ରଦାନ କରିଥିଲେ। ସୂଚନା ଥାଉକି ଉପହାର ସଂସ୍ଥା ପକ୍ଷରୁ ଗରିବ ପିଲାମାନଙ୍କୁ ଓଡିଶା ଓ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳରେ ଶିକ୍ଷାର ଉନ୍ନତି ନିମନ୍ତେ ଶିକ୍ଷା କେନ୍ଦ୍ର ଓ ଡେ କେୟାର ସେଣ୍ଟର ଖୋଲି ମାଗଣାରେ ପିଲାମାନଙ୍କୁ ଶିକ୍ଷାର ଉନ୍ନତି ନିମନ୍ତେ ଅନେକ କାର୍ଯ୍ୟକ୍ରମ କରି ଆସୁଛି। ଆଜି ଏହି କାର୍ଯ୍ୟକ୍ରମକୁ ସଂସ୍ଥାର ଗୁମ୍ମା କର୍ମକତା ଅସମତ ପାଣି ,ନୟନାନନ୍ଦ ମିତାଞଳି ପରିଚାଳନା କରି ସହଯୋଗ କରିଥିଲେ।
ରିପୋର୍ଟ: ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here