ଝଡ ବାତ୍ୟା ‘ତିତିଲି ‘ କୁ ପୁରିଲା ଏକ ବର୍ଷ

0
256

ପାରଳାଖେମୁଣ୍ଡି ,୧୧/୧୦– ଗଜପତି ଜିଲ୍ଲା ସାମୁଦ୍ରିକ ଝଡ଼ “ତିତିଲି” କୁ ପୁରିଲା ଏକ ବର୍ଷ । ସାମୁଦ୍ରିକ ଝଡ଼ ବାତ୍ୟା ତାଣ୍ଡବ ଲୀଳାର ଭୟାଙ୍କର ରୂପ ହେଉଛି “ତିତିଲି” । ଗଜପତି ଜିଲ୍ଲାରେ ତିତିଲି ର ଏହି ତାଣ୍ଡବଲୀଳାର ଏହି ଭୟଙ୍କର ରୂପ ଦେଖିବାକୁ ମିଳିଥିଲା ଗତ ବର୍ଷ ୨୦୧୮ ଅକ୍ଟୋବର ମାସ ୧୦ ତାରିଖ ରାତ୍ର ୧୨ ଘଣ୍ଟା ଠାରୁ ୧୧ତାରିଖ ପ୍ରାୟ୧୨ଟା ପର୍ଯ୍ୟନ୍ତ ଏହି ମାତ୍ର ୧୨ ଘଣ୍ଟାର ଭୟଙ୍କର ତାଣ୍ଡବ ଲୀଳାରେ ସମଗ୍ର ଗଜପତି ଜିଲ୍ଲାରେ ମହାମାରୀ ବ୍ୟାପିଲା ଭଳି ଜିଲ୍ଲାକୁ ସମୁଣ୍ଣ ଭାବେ ଛାରଖାର କରିଦେଇଛି। ତିତିଲିର ଏହି ଭୟଙ୍କର ତାଣ୍ଡବ ଲୀଳାରେ ୪୮ ଜୀବନ ହାନି ହେବା ଏବଂ ଅନେକ ଅଳ୍ପ ବହୁତ ଆହତ ହେବା ସହ କୋଟି କୋଟି ଟଙ୍କାର ଧନ ସମ୍ପତ୍ତି , ପ୍ରାକୃତିକ ସମ୍ପଦ ଓ ଆଦିବାସୀ ମାନଙ୍କ ମୁଖ୍ୟ ଜୀବିକା ସବୁକୁ ସମ୍ପୂର୍ଣ୍ଣ ଭାବେ ଉଜୁଡାଇ ଦେଇଥିଲା।ଏମିତିକି ଜିଲ୍ଲାର ବାସ୍ତବ ସ୍ଥିତିକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇ ବିକାଶ ପଥକୁ ଦୀର୍ଘ ୪୦ ବର୍ଷ ପଛକୁ ଠେଲି ଦେଇଛି। ସମଗ୍ର ଗଜପତି ଜିଲ୍ଲା ସାମୁଦ୍ରିକ ଝଡ଼ ତିତିଲି ପ୍ରଭାବ ପାଇବା ସମ୍ପର୍କରେ ରାଜ୍ୟ ପାଣିପାଗ ବିଭାଗର ପୂର୍ବାନୁମାନ ମିଳିବା ପ୍ରକାରେ ଗଜପତି ଜିଲ୍ଲା ପ୍ରଶାସନ ଏହାର କଡା ମୁକାବିଲା କରିବା ପାଇଁ ଶତ ପ୍ରତିଶତ ସମସ୍ତ ବ୍ୟବସ୍ଥା ସହ ସମ୍ପୂର୍ଣ୍ଣ ଭାବେ ସଜାଗ ହୋଇ ରହିଥିବା ସତ୍ତ୍ବେ ତିତିଲି ଝଡ ବାତ୍ୟାର ତାଣ୍ଡବ ଲୀଳା ରୂପ ଏତେ ଭୟଙ୍କର ଥିଲା ଯେ ,ସେହି ପ୍ରକୃତି ସାମନାରେ ଯିଏ ପଡିଲା ତାକୁ ସେ ଛାଡିଲାନି। ଯାହାକି, ତାହା ସମଗ୍ର ଜିଲ୍ଲା ବାସୀଙ୍କ ମନରେ ଆଜି ମଧ୍ୟ ସେହି ତିତିଲିର କରାଳ ତଥା ଭୟଙ୍କର ତାଣ୍ଡବ ଲୀଳା କଥା ମନେ ପଡିଗଲେ ଦେହର ଲୋମ ଟାଙ୍କୁରି ହୋଇ ପଡୁଛି।
ରାତି ୧୨ଟା ରୁ ଦିନ ୧୨ ଟା ପର୍ଯ୍ୟନ୍ତ ଦୀର୍ଘ ୧୨ ଘଣ୍ଟା ଧରି ଏଭଳି ଯୋର ବିକଟାଳ ଶବ୍ଦରେ ବର୍ଷା ସାଙ୍ଗକୁ ପ୍ରାୟ ୧୫୦ ରୁ ୧୮୦ କିଲୋମିଟର ବେଗରେ ପବନ ବହିବା କେତେଯେ ଭୟଙ୍କର ହୋଇଥିଲା ତାହା ଏବେ ବି ଆଖି ଆଗରେ ଜଳ ଜଳ ହୋଇ ଦୃଶ୍ୟ ସବୁ ମନେ ପଠାଯାଉଛି ତିତିଲିର ଏହି ଭୟଙ୍କର ତାଣ୍ଡବ ଲୀଳାର ପ୍ରଭାବ ସମଗ୍ର ଜିଲ୍ଲାର କୋଣ ଅନୁକୋଣରେ ପ୍ରଭାବିତ ହୋଇଥିଲା। ଜିଲ୍ଲାର ଅନେକ ଅଞ୍ଚଳରେ ରାସ୍ତା, ପାନୀୟ, ବିଦ୍ୟୁତ, ଫୋନ୍ ସମେତ ସମସ୍ତ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ କିଛି ଦିନ ଧରି ବିଛିନ୍ନ ହୋଇ ପଡିବା ସହ କୃଷି, ଜଳସେଚନ ଓ ବିଭିନ୍ନ ବିଭାଗୀୟ ଘର ଛାତ, କାନୁ ସବୁ ପ୍ରଭାବିତ ହୋଇଥିଲା।
ଏ ଦିଗରେ ସାମ୍ବାଦିକ ମାନେ ତିତିଲି ବାତ୍ୟା ପ୍ରଭାବର କରାଳ ବାସ୍ତବ ଚିତ୍ର ସବୁକୁ ମାନବିକତା ସହ ନିଜର କର୍ମ ଓ ଦାୟିତ୍ୱ ସମ୍ପନ୍ନ କରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି କ୍ଷତିଗ୍ରସ୍ତ ଅଞ୍ଚଳରେ ପହଂଚି ଉପଯୁକ୍ତ ପଦକ୍ଷେପ ନେବାରେ ବେଶ ସାହାୟକ ହୋଇଥିଲା।
ସମଗ୍ର ଗଜପତି ଜିଲ୍ଲାରେ ତିତିଲି ଝଡ ବାତ୍ୟା ପ୍ରଭାବ ଦେଖାଦେବା ଓ ପରବର୍ତ୍ତୀ ସମୟରେ ତାର ଉଚିତ ମୁକାବିଲାର ପଦକ୍ଷେପ ନେବା ଦିଗରେ ଗଜପତି ଜିଲ୍ଲା ଶାନ୍ତି, ସରଳ ଓ କର୍ତ୍ତବ୍ୟ-ନିଷ୍ଠା ଯୁବ ଜିଲ୍ଲାପାଳ ଅନୁପମ ଶାହାଙ୍କ ତପରତା କିଛି କାମ ନଥିଲା ।ଯାହାକି ଏ ଦିଗରେ ଜିଲ୍ଲାପାଳ ପ୍ରକୃତରେ ପ୍ରଶଂସନୀୟ ଓ ଧନ୍ୟବାଦ ପାତ୍ର ହୋଇଥିଲେ।
ଜିଲ୍ଲାର ଏଭଳି ପରିସ୍ଥିତିକୁ ନିଜର ଭୟାଭୟ ପରିସ୍ଥିତି ବୋଲି ମନେକରି ଏ କ୍ଷେତ୍ରରେ ମାନବିକତାର ସହ ଦାୟୀତ୍ୱ ନେଇ କର୍ତ୍ତବ୍ୟ ସମ୍ପାଦନ କରିବା ନିଶ୍ଚିତ ଭାବେ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିବା ଭଲି ପଦକ୍ଷେପ।
ଏହି ତିତିଲି ବାତ୍ୟାରେ ୭ ଗୋଟି ବ୍ଲକ୍ ପ୍ରଭାବିତ ହୋଇଥିବା ବେଳେ ସବୁଠାରୁ ଅଧିକ ଭାବେ ରାୟଗଡ ବ୍ଲକ୍ ଅଧିକ ପ୍ରଭାବିତ କରିଥିଲା। ଏ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତେକ ପ୍ରଭାବିତ ଅଞ୍ଚଳର କେଉଁଠି କଣ ସବୁ କ୍ଷୟକ୍ଷତି ହୋଇଛି, କେଉଁଠି କେଉଁ ପ୍ରକାର ଓ କଣ ସବୁ କ୍ଷେୟକ୍ଷେତି ହୋଇଛି ପ୍ରତେକ ବିଷୟର ଟିକିନୀଖି ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ଏବଂ ଅନ୍ୟାନ୍ୟ ଖବର ରଖି ବିଭାଗୀୟ ଅଧିକାରୀ ମାନଙ୍କ ଦ୍ଵାରା ତାହା ତତ କ୍ଷାଣାତ ଆବଶ୍ୟକ ପୁନଃଉଦ୍ଧାର , ଥଇଥାନ ମରାମତି ଓ ରିଲିଫ ସାହାୟତା ପ୍ରଭୃତିର ପଦକ୍ଷେପ ନିଜସ୍ୱ ଢଙ୍ଗରେ ନେଇଥିଲେ।
ଜିଲ୍ଲାପାଳ ଅନୁପମ ଶାହା ଓ ସେତେବେଳେର ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ମିଳିତ ଭାବରେ ପ୍ରତେକ କ୍ଷେତି ଗ୍ରସ୍ତ ଅଞ୍ଚଳର ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରି ଏବଂ ତାଙ୍କ ନିଦ୍ଧେଶ ପ୍ରକାରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷଣା କରି ସେମାନେ ମଧ୍ୟ ଲାଗିପଡିଥିଲେ।
ଗଜପତି ଜିଲ୍ଲାର ଏଭଳି ପରିସ୍ଥିତିକୁ ଦେଖିବା ପାଇଁ ସେତେବେଳେ ପ୍ରାୟଏକ ମାସ ଧରି ରାଜ୍ୟର ବିଭିନ୍ନ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ , ମୁଖ୍ୟ ସଚିବ ସ୍ୱତନ୍ତ୍ର ରିଲିଫ କମିଶନର , ବରିଷ୍ଟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଓ କେନ୍ଦ୍ରୀୟ ଅନୁଧ୍ୟାନ କରି ଦଳ ପ୍ରମୁଖଙ୍କ ପ୍ରଭାବିତ ଅଞ୍ଚଳକୁ ଘନ ଘନ ସୁଅ ଛୁଟିଲା।ପ୍ରାୟ ଏକ ମାସ ଧରି ସେତେବେଳେ ପାରଳାଖେମୁଣ୍ଡି ସହରର ଜିଲ୍ଲାପାଳ କାର୍ଯ୍ୟଳୟ ଏକ ମିନି ସେକ୍ରେଟାରୀ ଏଟ ଭାବରେ ପରିଗଣିତ ହୋଇଯାଇଥିଲା କହିଲେ କିଛି ଅତୁକ୍କ ହେବ ନାହିଁ।
ବତମାନ ପଯ୍ୟନ୍ତ ମଧ୍ୟ ତିତିଲି ପ୍ରଭାବିତ ଅଞ୍ଚଳ ବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଭିନ୍ନ ବିକାଶ ଆଗେଇ ଚାଲିଥିବା ଜଣାଯାଏ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here