ବ୍ରହ୍ମପୁର ବିମାନବନ୍ଦର ସ୍ଥାପନ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟିର ଦ୍ୱିତୀୟ ପୋଷ୍ଟକାର୍ଡ ଅଭିଯାନକୁ ପ୍ରବଳ ଜନସମର୍ଥନ

0
171

ବ୍ରହ୍ମପୁର,୨୧/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ବିମାନବନ୍ଦର ସ୍ଥାପନନେଇ ଦୀର୍ଘ 20ବର୍ଷର ଦାବିନେଇ ଆଜି ବ୍ରହ୍ମପୁର ମିଳିତ କ୍ରିୟାନୁଷ୍ଠାନ କମିଟି ତା’ର ଦ୍ୱିତୀୟ ପୋଷ୍ଟକାର୍ଡ ଅଭିଯାନ କରିଛି l ଏମକେସିଜି ମେଡିକାଲ ଗ୍ରାଉଣ୍ଡ ଖେଳପଡିଆ ନିକଟରେ କମିଟି ପକ୍ଷରୁ ବ୍ୟାନେର ଓ ପୋଷ୍ଟକାର୍ଡ ଦସ୍ତଖତ ଅଭିଯାନ କରି ପ୍ରବଳ ଜନ ସମର୍ଥନ ପାଇଛି l କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରକୁ ଅନ୍ତର୍ଭୁକ୍ତ ନକରିବାକୁ ଦସ୍ତଖତ ଦେଉଥିବା ବ୍ୟକ୍ତିଗଣ ଦୃଢ଼ ନିନ୍ଦା କରିଛନ୍ତି l ଜିଲ୍ଲା ର ବିକାଶ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନଙ୍କୁ ନେଇ ଗଠିତ “ବ୍ରହ୍ମପୁର ବିମାନବନ୍ଦର ସ୍ଥାପନ ମିଳିତ କ୍ରିୟାନୁଷ୍ଠାନ କମିଟି” ପକ୍ଷରୁ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟରେ ପୋଷ୍ଟକାର୍ଡ ଓ ବ୍ୟାନେର ଦସ୍ତଖତ ଅଭିଯାନରେ ସ୍ୱତଃପ୍ରବୃତ ଭାବେ ବହୁ ଯୁବକ ଯୁବତୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ବହୁ ଦିନର ବିମାନ ବନ୍ଦର ଦାବିକୁ ଉପସ୍ଥିତ ଜନସାଧାରଣ ସମର୍ଥନ ଜଣାଇ ଏହି ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ l ବ୍ରହ୍ମପୁରରେ ବିମାନ ବନ୍ଦର ସ୍ଥାପନ ନେଇ ସମସ୍ତ ଭିତ୍ତିଭୂମି ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଶିଳ୍ପ, ବେଳାଭୂମି, ପ୍ରତିରକ୍ଷା, ବିରଳ ମୃତ୍ତିକା,ଗୋପାଳପୁର ବନ୍ଦର ଆଦି ଥିବl ସତ୍ତ୍ବେ ବାରମ୍ବାର ଜିଲ୍ଲାପ୍ରତି ଅବହେଳା ଯୋଗୁଁ ଆଜି ଉପସ୍ଥିତ ସମସ୍ତ ଅନୁଷ୍ଠାନର ନେତୃବୃନ୍ଦ ଅସନ୍ତୋଷ ବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଆବାହକ ରାଜେନ୍ଦ୍ର ପଣ୍ଡା, ଅବନୀ ଗୟା,ଜେ. ସୁରେଶ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଡ଼ଃ. ଶିବ ପ୍ରସାଦ ମିଶ୍ର, ବିଶ୍ୱଦେବ,ଏସ. କେଶବ ଲିଙ୍ଗମ,ଗଗନ ମଲ୍ଲିକ, ସୁଷମା ପଣ୍ଡା, ବାସୁଦେବ ସାହୁକାର ,ପ୍ରଦୀପ କୁମାର ସାହୁ,ପ୍ରକାଶ ପାତ୍ର, ଡ଼ଃ. ଡମ୍ବୁରୁଧର ସାହୁ, ହିମାଂଶୁ ପାଢ଼ୀ, ରାଜେନ୍ଦ୍ର ପାଢ଼ୀ,ଶତୃଞ୍ଜୟ ଦାଶ, ସୁବ୍ରତ ଗନ୍ତାୟତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here