ବାଇକ୍ ଚାଳକଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍

0
163

ବ୍ରହ୍ମପୁର,୨୧/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ରେ ଗତକାଲି ସଂଧ୍ୟା ସମୟରେ ପଲସର ବାଇକ ରେ ଆସି ମୋଟରସାଇକେଲରେ ଯାଉଥିବା ଚାଳକଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ମୋଟରସାଇକେଲ ରେ ଯାଉଥିବା ଦୁଇ ଆରୋହୀ ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ହେଉଥିବା ଜଣାପଡିଛି।ଗତକାଲି ସଂଧ୍ୟା ସାଢେ ଛଅଟା ସମୟରେ ଆନ୍ଧ୍ରପ୍ରଦେଶ ର ପାଲାସା ର ଦୁଇ ବ୍ୟବସାୟୀ ଶ୍ରୀନିବାସ ରାଓ(୪୨) ଓ ପି.ସୁରେଶ(୫୦) ନିଜ ଟିଭିଏସ ଆପାଚି ମୋଟରସାଇକେଲ (ଏପି ୩୯ ସିଏସ ୩୨୦୪) ବ୍ରହ୍ମପୁର ରୁ ନିଜ ବ୍ୟବସାୟ ର ବକେୟା ଟଙ୍କା ଆଦାୟ ର ପ୍ରାୟ ୨ ଲକ୍ଷ ଟଙ୍କା ଧରି ନିଜ ଘରକୁ ଫେରୁଥିଲେ।ଗୋଳନ୍ଥରା ଥାନ ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ତଥା ରୋଲାଣ୍ଡ ବୈଷୟିକ ଶିକ୍ଷା ଅନୁଷ୍ଠାନ ସମ୍ମୁଖ ରାସ୍ତାରେ ପଛ ପଟୁ ଏକ କଳା ରଙ୍ଗର ପଲସର ରେ ଦୁଇଜଣ ଯୁବକ ଅଚାନକ ପହଞ୍ଚି ମୋଟରସାଇକେଲ ଯାଉଥିବା ବ୍ୟକ୍ତି ଧରିଥିବା ବ୍ୟାଗ ଯେଉଁଥିରେ ୨ ଲକ୍ଷ ଟଙ୍କା ରହିଥିଲା ଝାମ୍ପି ନେଇଥିଲେ। ଯାହାଫଳରେ ମୋଟରସାଇକେଲ ରେ ବସିଥିବା ଶ୍ରୀନିବାସ ଏବଂ ସୁରେଶ ରାସ୍ତା ରେ କଚାଡି ହୋଇ ପଡ଼ିଯାଇଥିଲେ। ଯଦ୍ୱାରା ଉଭୟ ଗୁରୁତର ଅବସ୍ଥାରେ ରାସ୍ତା ରେ‌ ପଡ଼ିରହିଥିଲେ।ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଉଭୟ ଙ୍କୁ ଉଦ୍ଧାର କରିବା ସହ ଘଟଣା ନେଇ ଗୋଳନ୍ଥରା ଥାନା ସମେତ କନିଷି ଦମକଳ କେନ୍ଦ୍ର କୁ ଖବର ଦେଇଥିଲେ।ଖବର ପାଇ କନିଷି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତ ଙ୍କୁ ବଡ଼ମେଡ଼ିକାଲ କୁ ପଠାଇଥିଲେ। ଉଭୟ ଆହତଙ୍କ ମଧ୍ୟରୁ ଶ୍ରୀନିବାସ ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବର୍ତମାନ ସୁଦ୍ଧା ଏ ନେଇ ଥାନାରେ କୈାଣସି ଲିଖିତ ଅଭିଯୋଗ ହୋଇନଥିବା ଥାନ ଆଇଆଇସି ବାବୁଲି ନାୟକ ସୂଚନା ଦେଇଛନ୍ତି। ଅନ୍ୟ ପଟେ ଘଟଣା ପରେ ପୁଲିସ ପକ୍ଷରୁ ପେଟ୍ରାଲିଂ କଡାକଡି କରିବା ସହ ଜାତୀୟ ରାଜପଥ କଡ଼ରେ ଥିବା ବିଭିନ୍ନ ଅନୁଷ୍ଠାନ ରେ‌ ଲାଗିଥିବା ସିସିଟିଭି ଯାଞ୍ଚ କରୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here