ଦେଶରେ ଖୁବ୍‌ଶୀଘ୍ର କମିବ ପେଟ୍ରୋଲ-ଡିଜେଲ ଦର ! ଉତ୍ପାଦନ ଶୁଳ୍କ କମାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ମୋଦି ସରକାର

0
431

ନୂଆଦିଲ୍ଲୀ,୦୨/୦୩/୨୦୨୧ : କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲରେ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅର୍ଥ ମନ୍ତ୍ରାଳୟ ଏ ନେଇ ବିଚାରବିମର୍ଶ ଚଳାଇଥିବା ସୂଚନା ମିଳିଛି । ନ୍ୟୁଜ୍‌ ଏଜେନ୍ସି ରୟଟର୍ସର ରିପୋର୍ଟ ଅନୁଯାୟୀ ଅର୍ଥ ମନ୍ତ୍ରାଳୟର କିଛି ବରିଷ୍ଠ ଅଧିକାରୀ ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦନ ଶୁଳ୍କ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଥିବା କହିଛନ୍ତି ଦେଶରେ ଏବେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ବିରୋଧୀ ଦଳମାନେ ସରକାରଙ୍କୁ ପ୍ରବଳ ସମାଲୋଚନା କରୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ବନ୍ଦପାଳନ ମଧ୍ୟ କରାଯାଉଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନେ ତୁରନ୍ତ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପାଇଁ ମଧ୍ୟ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here