ବିଜୁବାବୁଙ୍କ ଜୟନ୍ତୀ ଓ ଆନ୍ତର୍ଜାତିୟ ମହିଳା ଦିବସ ପାଇଁ ପ୍ରସ୍ତୁତି ବୈଠକ।

0
247

ପୋଲସରା,୦୨/୦୩/୨୦୨୧: ଫେବୃୟାରୀ ୫ ତାରିଖ ଦିନ ପାଳନ ହେବାକୁ ଥିବା ବିଜୁବାବୁଙ୍କ ୧୦୫ ତମ ଜଜୟନ୍ତୀ ଓ ୮ ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତୀୟ ମହିଳା ଦିବସ ନେଇ ମଙ୍ଗଳବାର ଦିନ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଙ୍କ ତତ୍ବାବଧାନରେ ଉଭୟ ବୁଗୁଡା ଓ ପୋଲସରା ଅଞ୍ଚଳରୁ ବହୁ ସଂଖ୍ୟାରେ ବିଜୁ ପ୍ରେମୀ ଓ ବିଜେଡି କର୍ମୀବୃନ୍ଦ ଯୋଗ ଦେଇଥିଲେ। ଉକ୍ତ ପ୍ରସ୍ତୁତି ବୈଠକ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପୋଲସରା ନିର୍ବାଚନ ମଣ୍ଡଳୀର ବହୁ ଜନ ପ୍ରତିନିଧି, ବିଜେଡି କର୍ମକର୍ତ୍ତା ଓ କର୍ମୀମାନେ ନିଜର ମତାମତ ଉପସ୍ଥାପନ କରିଥିଲେ । ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ ଉତ୍ସବରେ ପୋଲସରା ଓ ବୁଗୁଡା ର ପ୍ରତ୍ୟେକ ଓ୍ବାଡ଼ରୁ ଶହଶହ ବିଜୁ ପ୍ରେମୀ ଏକାଠି ହେବାସ୍ଥଳେ ଶୃଙ୍ଖଳିତ ଭାବରେ କୋଭିଡ ନିୟମ ପ୍ରକାରେ ଜୟନ୍ତୀ ପାଳନ ପାଇଁ ବିଧାୟକ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।ସେହିପରି ଆନ୍ତର୍ଜାତୀୟ ମହିଳା ଦିବସ ପାଳନକାର୍ଯ୍ୟକ୍ରମରେ ଏକ ହଜାରରୁ ଉର୍ଦ୍ଧ୍ବ ମହିଳା ଯୋଗଦେବାକୁ ଗୁରୁତ୍ୱ ଦିଆଯାଇଥିଲା । ଆସନ୍ତା ୮ ତାରିଖରେ ବୁଗୁଡା ସ୍ଥିତ ବଡ଼ଦାଣ୍ଡରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବା ପାଇଁ ସ୍ଥିର କରାଗଲା। ଗ୍ରାମାଞ୍ଚଳରେ ଥିବା ସମସ୍ତ ମହିଳା ମାନେ କିପରି ନିଜର ଅଧିକାର ସାବ୍ୟସ୍ତ କରି ସ୍ବାବଲମ୍ବୀ ହୋଇ ଗ୍ରାମାଞ୍ଚଳ ତଥା ରାଜ୍ୟର ବିକାଶ ହୋଇ ପାରିବ ସେହି ବିଷୟ ନେଇ ମଧ୍ୟ ଆଲୋଚନା ହୋଇଥିଲା।ଏହି ପ୍ରସ୍ତୁତି ବୈଠକରେ ବିଜେଡି ସଂପାଦକ ଅଶୋକ କୁମାର ବିଷୋୟୀ , ପୂର୍ବତନ ଏନ୍. ଏ.ସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ , ନଗର ସଭାପତି ରଞ୍ଜିତ ସାହୁ , ଜିଲ୍ଲା ସଂପାଦକ ଗୋପାଳ କୃଷ୍ଣ ସାହୁ , ଜିଲ୍ଲା ଶ୍ରମିକ ସାମୁଖ୍ୟ ସଂପାଦକ ସନ୍ତୋଷ କୁମାର ବେହେରା , ସାଂସଦ ପ୍ରତିନିଧି ମୋତିରାମ ସାହୁ , ସଂପାଦକ ବାବୁଲି ପଟ୍ଟନାୟକ , ଜିଲ୍ଲା ଛାତ୍ର ସଂପାଦକ ରଞ୍ଜନ ପାଣିଗ୍ରାହୀ , ସହ ସଂପାଦକ ରତ୍ନାକର ସାହୁ , ରିଙ୍କୁ ପଣ୍ଡା, ନାରାୟଣ ସୁବୁଦ୍ଧି, ବସନ୍ତ ଜେନା ଓ ବୁଗୁଡା ନଗର ସଭାପତି ରାଜେନ୍ଦ୍ର କୁମାର ପାଢୀ, ଜିଲ୍ଲା ସଂପାଦକ ସୁଧାଂଶୁ ଶେଖର ପାଢ଼ୀ ,ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବହୁ ସଂଖ୍ୟାରେ ସରପଞ୍ଚ, ସମିତି, ବିଜୁ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here