ପଟିଗୁଡ଼ା ଗ୍ରାମ ଅଧିକାରୀ ତବତିଆ ମହାଙ୍କୁଡ଼ଙ୍କ ଏକାଦଶାହରେ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତି ଚାରଣ ।

0
378

ବ୍ରହ୍ମପୁର,୩୧/୦୩/୨୦୨୧:
ସାନଖେମୁଣ୍ଡି ତାଲୁକା ପଟିଗୁଡା ପଞ୍ଚାୟତ ସଦର ଗ୍ରାମ ନିବାସୀ ତବତିଆ ମହଙ୍କୁଡ଼ଙ୍କ ଇତି ମଧ୍ୟରେ ଦେହାନ୍ତ ହୋଇଅଛି । ମୃତ୍ୟୁ ବେଳକୁ ୭୫ ବର୍ଷ ହୋଇଥିବା ବେଳେ ହଠାତ୍ କର୍ମଠ ଥାଇ ଇହଲୀଳା ସମ୍ବରଣ କରିବା ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି । ପଟିଗୁଡ଼ା ପଞ୍ଚାୟତ ତଥା ଅଞ୍ଚଳର ସାର୍ବଜନୀନ କାର୍ଯ୍ୟକ୍ରମରେ ନିଃସ୍ଵାର୍ଥପର ଭାବରେ ସେବା ପ୍ରଦାନ କରିବା ସହ ଗ୍ରାମ ଅଧିକାରୀ ଭାବରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନିଜ ଅଞ୍ଚଳ ବିକାଶ ସହ କୂଳ ସଂଗଠନ ଏବଂ କଂଗ୍ରେସ ଦଳ ପାଇଁ ସ୍ବର୍ଗତ ମହାଙ୍କୁଡଙ୍କ ସ୍ଵତନ୍ତ୍ର ଭୂମିକା ରହିଥିଲା । ନିଜ ପରିବାର ଓ ସମାଜରେ ଜଣେ ନିଃସ୍ଵାର୍ଥପର ବ୍ୟକ୍ତିତ୍ଵ ଭାବରେ ପରିଚିତ ଥିବା ସ୍ବର୍ଗତ ତବତିଅାଙ୍କ ଦେହାନ୍ତରେ ଅଞ୍ଚଳ ବୁଦ୍ଧିଜୀବି ସର୍ବୋପରି ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହିତ ସ୍ବର୍ଗତ ଆତ୍ମାର ସଦଗତି ପ୍ରାର୍ଥନା କରାଯାଇଥିଲା । ଖବର ପାଇ ମାନ୍ୟବର ସାନଖେମୁଣ୍ଡି ବିଧାୟକ ତଥା ଜିଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ନିଜ ବିଧାନସଭା କାର୍ଯ୍ୟକ୍ରମ କାରଣ ଜନିତ ଅନୁପସ୍ଥିତି କ୍ରମରେ ଅଞ୍ଚଳର ବହୁ ବିଶିଷ୍ଟ କଂଗ୍ରେସ କର୍ମକର୍ତ୍ତା ସ୍ବର୍ଗତ ମହାଙ୍କୁଡ଼ଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ଚରଣ ପାତ୍ରଙ୍କ ସହ ଗୌତମୀ ସରପଞ୍ଚ ସୁଶାନ୍ତ ସ୍ବାଇଁ , ଧରାକୋଟ ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ସୁନୀଲ ଚୌଧୁରୀ , ଯୁବନେତା ତଥା ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଏସ ବାବୁଲା ଦୋରା , ଅଲେଖ ନାୟକ , ରାମଚନ୍ଦ୍ର ପ୍ରଧାନ , ଜିଉରା ପଞ୍ଚାୟତ ପୂର୍ବତନ ସରପଞ୍ଚ ସିମଞ୍ଚଳ ଗୌଡ , ଶରତ କୁମାର ସ୍ବାଇଁ ପ୍ରମୁଖ ଏକାଦଶାହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସ୍ବର୍ଗତ ତବତିଆଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ଅମାରାତ୍ମାର ସଦଗତି ପ୍ରାର୍ଥନା କରିଥିଲେ । ତବତିଆଙ୍କ ପରିବାର ସଦସ୍ୟଙ୍କ ସହ ଗଭୀର ସମବେଦନା ଜ୍ଞାପନ କରିଥିଲେ ।

ସନ୍ତୋଷ କୁମାର ପଣ୍ଡା ।

LEAVE A REPLY

Please enter your comment!
Please enter your name here