ଗଞ୍ଜାମ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୌଠକ ଅନୁଷ୍ଠିତ

0
195

ବ୍ରହ୍ମପୁର,୩୧/୦୩/୨୦୨୧:ଆଜି କନିଷି ହାଟ ତୁଳୁରୋଡ ମାଁ ଗିରିଜା ବାସିନୀ ମନ୍ଦିର ଠାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳନ୍ଥରା ବିଜେପି ମଣ୍ଡଳ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଗୋଳନ୍ଥରା ମଣ୍ଡଳ ର ସଭାପତି ଶ୍ରୀ ସନତ କୁମାର ନାୟକ ଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି। ଏହି ସଭାର ମୂଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ବିଭୂତି ଭୁଷଣ ଜେନା ଯୋଗଦେଇ ସଂଗଠନକୁ ସୁଦୃଢ଼ କରିବା ପାଇଁ ମାର୍ଗ ଦର୍ଶନ ଦେଇଥିଲେ ।ଏହି କାର୍ଯ୍ୟକାରିଣୀ ବୌଠକରେ ରେ କେନ୍ଦ୍ର ସରକାର ଙ୍କ ଯୋଜନା କୁ ବାଟମାରଣା କରି ଓଡିଶା ସରକାର ନିଜ ନାମ ରେ ନାମିତ କରି ଅପପ୍ରଚାର କରିବା ଯଥା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କୁ ବିଜୁପକ୍କା ଘର ନାମରେ ନାମିତ କରିବା,କନିଷି,ରଣ୍ଡା,ଗୋଳନ୍ଥରା ଠାରେ ଜାତୀୟ ରାଜପଥ ରେ ଯଥାଶୀଘ୍ର ଓଭର୍ ବ୍ରିଜ୍ ନିର୍ମାଣ ନିର୍ମାଣ କରିବା ,କନିଷି ହାଟରେ ପ୍ରାୟ ୫ହଜାର ଲୋକ ବସବାସ କରୁଥିବା ଯୋଗୁଁ ତୁରନ୍ତ ଏଠାରେ ଯଥା ଶୀଘ୍ର ମଶାଣି ପାଇଁ ସରକାରୀ ଜାଗା ଯୋଗାଇ ଦେବା ପାଇଁ ଦାବି ଆଗତ କରାଯାଇଥିଲା। ମେଣ୍ଡରାଜ୍ ପୁରୁ ଠାରୁ ବ୍ରହ୍ମପୁର ନିତିଦିନ ଯିବା ଆସିବା ସ୍ଥାନୀୟ ଗ୍ରାମବାସୀ ଙ୍କ ସୁବିଧା ପାଇଁ ଟାଉନ ବସ୍ ଯୋଗାଇବା ନିମନ୍ତେ ଆଜିର କାର୍ଯ୍ୟ କାରୀଣି ବୌଠକରେ ଦାବି ମଧ୍ଯ ଉପସ୍ଥାପନ କରାଯାଇଥିଲା।ଏଥି ସହ କନିଷି ଠାରେ ଯଥାଶୀଘ୍ର ମେଡିକାଲ ସ୍ଥାପନ ନିମନ୍ତେ ଦାବି ସମେତ ବତ୍ତର୍ମାନ ଦେଖାଦେଇଥିବା ପାଣି ସମସ୍ୟାକୁ ସମାଧାନ କରିବା ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଦାବି ଉପସ୍ଥାପନ କରାଗଲା ।ପ୍ରଧାନ ମନ୍ତ୍ରୀ କିଷାନ ନିଧି ଯୋଜନା ରେ ସବୁ ଚାଷୀ କୁ ସାମିଲ କରି ବର୍ଷ କୁ ୬ ହଜାର ଟଙ୍କା ଯୋଗାଇ ଦେବା ପାଇଁ ଦାବି ଆଗତ କରାଗଲା ।ବତ୍ତର୍ମାନ ଧାନ ମଣ୍ଡି ରେ ଦୁର୍ନୀତି ବହୁମାତ୍ରାରେ ଦେଖାଯାଉଛି ଯଥା ଶୀଘ୍ର ବଳକା ଚାଷୀ ମାନଙ୍କ ଧାନ କୁ ମଣ୍ଡି ନେବା ପାଇଁ ଆଜି ର କାର୍ଯ୍ୟ କାରୀଣି ରେ ଦାବି ଉପସ୍ଥାପନ କରାଗଲା ଯଥା ଗୋଳନ୍ଥରା ମଣ୍ଡଳ ବିଭିନ୍ନ ନେଇ ଆଜି ର କାର୍ଯ୍ୟ କାରିଣୀ ରେ ଆଲୋଚନା କରାଯାଇଥିଲା । ଏଥିରେ ମଣ୍ଡଳ ସାଧାରଣ ସଂପାଦକ ବି. ନାରାୟଣ, ଜିଲ୍ଲା ସାଧାରଣ ସଂପାଦକ ଗଙ୍ଗାଧର ଶତପଥୀ, ଜିଲ୍ଲା ଉପସଭାପତି ବିନୋଦ ଚନ୍ଦ୍ର ମିଶ୍ର, ରାଜ୍ୟ କିଷାନ ମୋର୍ଚ୍ଚା ସମ୍ପାଦକ ରାଜେଶ କୁମାର ସାହୁ, ଗୋଳନ୍ଥରା ମଣ୍ଡଳ ପ୍ରଭାରୀ ସୁଶାନ୍ତ କୁମାର ନାୟକ ,ପୂର୍ବତନ ମଣ୍ଡଳ ସଭାପତି ରଜତ କୁମାର ପଣ୍ଡିତ,ଗୋଳନ୍ଥରା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଗୋପୀନାଥ ମହାରଣା, ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ସୁନୀଲ କୁମାର ପାତ୍ର ,କୃଷକ ମୋର୍ଚ୍ଚା ସଭାପତି କେଦାର ମହାନ୍ତି, ମଣ୍ଡଳର ବି ଗଣେଶ ପାତ୍ର ସମସ୍ତ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ବହୁମାତ୍ରା ରେ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here