ଉତ୍କଳ ସମ୍ମିଳନୀ ତରଫରୁ ୮୬ତମ ଉତ୍କଳ ଦିବସ ସମାରୋହ ପାଳିତ

0
249

ବ୍ରହ୍ମପୁର,୦୧/୦୪/୨୦୨୧: ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ତରଫରୁ ୮୬ ତମ ଉତ୍କଳ ଦିବସ ସମାରୋହ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବ୍ରହ୍ମପୁର ଗାନ୍ଧୀ ନଗର ଛକ ସ୍ଥିତ ବରେଣ୍ୟ ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ଅନ୍ୟାନ୍ୟ ବରପୁତ୍ର ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବିଶିଷ୍ଟ ସାମ୍ବାଦିକ ଶଶିଭୂଷଣ ରଥ, ନେତାଜୀ ସୁବାଷ ଚନ୍ଦ୍ର ବୋଷ,ସଦାଶିବ ତ୍ରିପାଠୀ, ମହାରାଜା ହରିହର ମର୍ଦ୍ଦରାଜ ଏବଂ ଉତ୍କଳ ମଣୀ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଉତ୍କଳ ଆଶ୍ରମ ଠାରେ ଅନୁଷ୍ଠିତ ଆଲୋଚନା ସଭା ରେ ସମ୍ମିଳନୀ ର ସଭାପତି ଡ଼ ସୁବ୍ରତ କୁମାର ସାହୁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ ବିରୁପାକ୍ଷ ଦାସ ଏବଂ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ମଞ୍ଚାସୀନ ହୋଇ ସଭା ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ଶ୍ରୀଜଗନ୍ନାଥ ଙ୍କ ବିଗ୍ରହ ରେ ଏବଂ କୁଳବୃଦ୍ଧ ମଧୁସୂଦନ ଦାସ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ଦୀର୍ଘ ୮୫ ବର୍ଷ ହୋଇସାରିଥିଲା ବେଳେ ମଧ୍ୟ ଆମ ଓଡ଼ିଆ ଭାଷାର ସୁରକ୍ଷା ନିମନ୍ତେ ସାମାଜିକ ଆନ୍ଦୋଳନ ର ଆବଶ୍ୟକତା ରହିଛି ବୋଲି ଅନ୍ୟ ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ଦାସ ମତବ୍ୟକ୍ତ କରିଥିଲେ ଯେ ଆମ ସୀମା ସୁରକ୍ଷା ଓ ଭାଷା ସୁରକ୍ଷା ପାଇଁ ରାଜ୍ୟ ସରକାର ତଥା ରାଜନେତା ମାନଙ୍କ ସମେତ ଜନ ସାଧାରଣ ଙ୍କ ମଧ୍ୟ ଗୁରୁ ଦାୟିତ୍ଵ ରହିଛି। ସଭାପତି ଡ଼ ସୁବ୍ରତ କୁମାର ସାହୁ ମତବ୍ୟକ୍ତ କରିଥିଲେ ଯେ ପୁଣିଥରେ ଆମକୁ ତୃଣମୂଳ ସ୍ତରରେ ଏହାକୁ ଗ୍ରହଣ କରିବାକୁ ହେବ ।ରାଜ୍ୟ ସରକାର ଚଳିତ ବର୍ଷ ରାଜ୍ୟର ତିରିଶଟିଯାକ ଜିଲ୍ଲା ରେ ଉତ୍କଳ ଦିବସ ସମାରୋହ ପାଳନ ପାଇଁ ପଦକ୍ଷେପ ଗ୍ରହଣ କରିବା ଏକ ମହତ୍ କାର୍ଯ୍ୟ।ଏହା ଦ୍ବାରା ଜନସଚେତନତା ସୃଷ୍ଟି ହୋଇପାରିବ।ଅନୁଷ୍ଠିତ ଉତ୍କଳ ଦିବସ ସମାରୋହ ଅବସରରେ ଉପସଭାପତି ଡାକ୍ତର ନକୁଳ ସାହୁ, କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ, ସମେତ ଡାକ୍ତର ସାଗର ରଂଜନ ତ୍ରିପାଠୀ, ସୂର୍ଯ୍ୟକାନ୍ତ ପାତ୍ର, ନୃସିଂହ ପ୍ରସାଦ ପଣ୍ଡା, ରାଜକିଶୋର ସ୍ବାଇଁ, ସୁଦର୍ଶନ ବିଷୋୟୀ ନବୀନ କୁମାର ପଟ୍ଟନାୟକ, ଡାକ୍ତର ସମରେନ୍ଦ୍ର କୁମାର ସାହୁ, କୃଷ୍ଣ ଚରଣ ସିଂହ, ସୁବୋଧ ପଟ୍ଟନାୟକ,ଶ୍ରୀମତୀ ପଦ୍ମିନୀ ମିଶ୍ର, ପ୍ରକାଶ ଚନ୍ଦ୍ର ସାହୁ,ଇଂ ଶିରୀଶ ପ୍ରସାଦ ମିଶ୍ର,ନରସିଂହ ପାଢ଼ୀ, ଅଶୋକ କୁମାର ସାହୁ,ସୀମାଞ୍ଚଳ ପ୍ରସାଦ ବିଷୋୟୀ, ନରସିଂହ ସାହୁ,ଜନାବ ମହମ୍ମଦ ଆସଲାମ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ହାଡିବନ୍ଧୁ ମାଳି,ଇଶାନୀ ମିଶ୍ର, ନିମାଇଁ ଚରଣ ପାଣିଗ୍ରାହୀ, ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସମ୍ପାଦକ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here