ବ୍ରହ୍ମପୁର ବୁଢୀ ଠାକୁରାଣୀ ଙ୍କ ଭଜନ ଶୁଭାରମ୍ଭ ।

0
368

ବ୍ରହ୍ମପୁର, ୨୦/୦୪/୨୦୨୧: ବ୍ରହ୍ମପୁର ଷ୍ଟ୍ରାର କ୍ରିଏଟିଭ ତରଫରୁ ମା’ ବୁଢୀ ଠାକୁରାଣୀ ଙ୍କ ମାଉସୀ ମା ଘର କୁ ଭିତ୍ତି କରି ପ୍ରଥମ ଥର ପାଇଁ ଏକ ସୁନ୍ଦର ଭଜନ ଭିଡ଼ିଓ ଟି ରିଲିଜ ହେଇଛି।ଏଥିରେ ଗୀତ ରଚନା କରିଛନ୍ତି ତ୍ରିପତି ନାୟକ ଏବଂ କଣ୍ଠଦାନ କରିଛନ୍ତି ଜଣାଶୁଣା ଗାୟିକା ଶୈଳଭାମା। ସଙ୍ଗୀତ ରେ ସଜେଇଛନ୍ତି ଅଶ୍ଵିନୀ ମହାପାତ୍ର।
ଏହି ଗୀତରେ ଅଭିନୟ କରିଛନ୍ତି ରଶ୍ମିତା ସାମଲ ଏବଂ ଶିଶୁ କଳାକାର ରେ ଶାଳିନୀ ସାହୁ। ନିର୍ଦ୍ଧେଶକ ଭାବେ ଦାୟିତ୍ୱ ତୁଲେଇଛନ୍ତି ତ୍ରିନାଥ ନାୟକ ଏବଂ ସହ ନିର୍ଦ୍ଧେଶକ ଭାବେ ପ୍ରଶାନ୍ତ ପ୍ରତିନିଧି। କ୍ୟାମେରା ରେ ଅଛିନ୍ତି ମହେଶ୍ୱର ପାଢ଼ୀ ଏବଂ ଅନିଲ ମାମା।ଗୀତଟି କୁ ସୁନ୍ଦର ଭାବେ ସଜେଇଛନ୍ତି କୃଷ୍ଣ ନାୟକ ଏବଂ ପ୍ରଯୋଜନା କରିଛନ୍ତି ସିମାଞ୍ଚଳ ବିଶ୍ୱାଳ ଏବଂ ସହ ପ୍ରଯୋଜକ ମନୋଜ କୁମାର ନାୟକ। ସହଯୋଗ କରିଛନ୍ତି ସୁଦୀପ୍ ସାହୁ,ପ୍ରଭାତ ପ୍ରତିନିଧି, ଶିବାଜୀ ପାଢ଼ୀ, ମାନିନୀ ସାହୁ।
ଗୀତ ଟି ବହୁତ ଭଲ ହେଇଛି ବୋଲି ସବୁ ମହଲ ରୁ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here