ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର,ମହିଳା ଅଟକ।

0
347

ପୋଲସରା,୨୦/୦୪/୨୦୨୧: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମଥୁରା ଗୁଡିମାଳ ଗ୍ରାମର ନିରଞ୍ଜନ ନାହକଙ୍କ ମୃତ ଦେହ ଏପ୍ରିଲ ୨୦ ତାରିଖ ସକାଳେ ମାରଦା ମନ୍ଦିର ଛକରେ ଥିବା ବିଶ୍ରାମାଗାରରେ ପଡିଥିବା ଲୋକମାନେ ଦେଖିବାକୁ ପାଇଥିଲେ। କଳମ୍ବ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ନିରଞ୍ଜନ ନାହାକ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିନଥିବା ବେଳେ ସେହି ଗ୍ରାମର ଜଣେ ଯୁବତୀ ଗତ ରାତିରେ ଆସି ନିରଞ୍ଜନଙ୍କ ଘରେ ରହିଥିବା ନେଇ ଆଲୋଚନା ହେଉଥିବା ବେଳେ ପ୍ରେମ ସମ୍ପର୍କକୁ ନେଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ନିରଞ୍ଜନକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ନିରଞ୍ଜନଙ୍କ ପରିବାର ଲୋକେ। ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଯୁବତୀ ଜଣକୁ ପଚରା ଉଚରା କରି ଛାଡ଼ି ଦିଆଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here