ଶେରଗଡ,୧୨/୦୫/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଶେରଗଡ ବ୍ଳକର ପୂର୍ବତନ ଚେୟାରମେନ୍ ବାବୁଲା ଚୌଧରୀ(୫୪) ଙ୍କ ଆଜି ସକାଳ ସାଢେ ପାଂଚ ଟା ସମୟରେ ଭୁବନେଶ୍ବର ସ୍ଥିତ ସମ୍ ହସପିଟାଲ ରେ ଚିକିତ୍ସାଧିନ ଅବସ୍ଥା ରେ ମୃତ୍ୟୁ ଘଟିଛି ।ତିନିଦିନ ପୂର୍ବେ ଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଭୂବନେଶ୍ୱର ସ୍ଥିତ ସମ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।ପୂର୍ବରୁ ତାଙ୍କର କରୋନା ପଜେଟିଭ ଥିବା ପରିକ୍ଷାରୁ ଜଣାପଡିଛି ।ସେ ବିଜେଡି ରାଜ୍ଯ ପରିଷଦ ସଭ୍ଯ ଥିଲେ।ବାବୁଲାଙ୍କ ପରଲୋକ ରେ ଶେରଗଡ ତଥା ଗଞ୍ଜାମ ଜିଲ୍ଲା ରେ ଶୋକର ଛାୟା ଖେଳିଯାଇଛି ।