ପ୍ରଶାସନଙ୍କ ଉଦ୍ୟମରେ ଉଦିପୁର ଶିବ ମନ୍ଦିର ବନ୍ଦ ହେଲା।

0
190

ବୁଗୁଡା,୧୫/୦୫/୨୦୨୧: ଆଜି ମଇ ୧୫ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଓ ବୃଷ ସଂକ୍ରାନ୍ତି ଯୋଗୁଁ ଗୁଗୁଡା ବ୍ଲକ ଅନ୍ତର୍ଗତ କରସିଙ୍ଗି ପଞ୍ଚାୟତ ଉଦିପୁରର ଗ୍ରାମର ପ୍ରସିଦ୍ଧ ଶୈବ ପୀଠରେ ଜନଗହଳି ହେବାର ଖବର ପାଇ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଘଟଣା ସ୍ଥଳରେ ପହଞ୍ଚି ଥିଲେ। ମନ୍ଦିର ପ୍ରାଚୀର ଫାଟକ ସମ୍ମୁଖରେ ବାରିକେଟ ନିର୍ମାଣ ହୋଇଥିଲେ ମଧ୍ୟ ଅତି କମ୍ କିଛି ଭକ୍ତ ମନ୍ଦିର ବେଢା ଭିତରେ ପ୍ରବେଶ କରିଥିବା ବେଳେ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଭକ୍ତ ମନ୍ଦିର ବେଢା ମଧ୍ୟରୁ ବାହାରି ଚାଲିଯାଇଥିଲେ। ମନ୍ଦିରରେ ଦିଅଁଙ୍କ ପୂଜା ଶେଷ ହୋଇଥିବା ଯୋଗୁଁ ମନ୍ଦିର ଦ୍ୱାରରେ ଚାବି ପକାଇ ଚାଲିଯିବାକୁ ପୂଜକଙ୍କୁ ପରାମର୍ଶ ଦେଇଥିଲେ। ପୂଜକ ତହସିଲଦାର ଶ୍ରୀ ଜେନା ଙ୍କ ଉପସ୍ଥିତରେ ମନ୍ଦିର ଦ୍ୱାରରେ ଚାବି ପକାଇ ଚାଲିଯାଇଥିଲେ। ବୁଗୁଡା ଅଞ୍ଚଳରେ କରୋନା ପଜିଟିଭି ସଂଖ୍ୟା ବୃଦ୍ଧି ପାଇଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ତପ୍ତରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here