ଲକ୍ ଡାଉନରେ ଡେଙ୍ଗାଉସ୍ତାରେ ଦୋକାନ ସିଲ୍ ସହ ଗୌତମୀରେ ଭୋଜି ଜବତ କଲେ ତହସିଲଦାର

0
154

ବ୍ରହ୍ମପୁର,୨୪/୦୫/୨୦୨୧: କରୋନା ସଂକ୍ରମଣର ଦ୍ଵିତୀୟ ଲହରର ଭୟାବହତାରେ ସାଧାରଣ ଜୀବନ ଯାପନ ପ୍ରଭାବିତ ହେଉଥିବା ବେଳେ ଲକ୍ ଦାଉନ ଜନିତ ଦୁର୍ବିସହ ସାଧାରଣରେ ଅତିଷ୍ଠ ହୋଇଅଛି । ଦୀର୍ଘକାଳୀନ ଲକ୍ ଡାଉନ୍ ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆବଶ୍ୟକତା ଦୃଷ୍ଟିରୁ ଦୋକାନ ବଜାର ବନ୍ଦ କଟକଣା ଜୀବନ ଧାରାକୁ ପ୍ରଭାବିତ କରୁଅଛି । ପରନ୍ତୁ ସାମୁହିକ ସାମାଜିକ ଉତ୍ସବକୁ ନେଇ ପ୍ରଶାସନର କଟକଣା ସମ୍ପ୍ରତି କାମ କରୁନଥିବା ଲକ୍ଷ୍ୟ କରାଯାଇଅଛି । ସରକାରଙ୍କ କରୋନା କଟକଣା ଜନିତ ଥିବା ବିଧି ବ୍ୟବସ୍ଥାର ଆଢ଼ୁଆଳରେ ଗ୍ରାମାଞ୍ଚଳରେ ଖୁଲମ୍ ଖୁଲା ଏହାର ବ୍ୟତିକ୍ରମ ହେଉଥିବା ଦେଖା ଯାଇଅଛି । ସ୍ଥାନୀୟ ପ୍ରଶାସନ ଓ ପୋଲିସ୍ ଧରପଗଡକୁ ନକର ଅନ୍ଦାଜ କରି ସାନଖେମୁଣ୍ଡି ଅଞ୍ଚଳରେ ରୀତିମତ ଭାବରେ ବାହାଘର ଭୋଜିର ଆୟୋଜନ ଏଵଂ ଡେ଼ଙ୍ଗାଉସ୍ତା , ପୋଡାମାରି , କଙ୍କୋରଡ଼ା , ପାଟପୁର ଆଦି ଅଞ୍ଚଳରେ ରୀତିମତ ଦୋକାନ ଖୋଲିଥିବାରୁ ପ୍ରଶାସନର ଚାପ ବଢ଼ିଥିବା ଲକ୍ଷ କରାଯାଇଅଛି ।
ଏହି ସ୍ଥିତିକୁ ଅନୁଧ୍ୟାନ କରି ବ୍ଲକ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସ୍ଥାନୀୟ ତହସିଲଦାରଙ୍କ ଧାରାବାହିକ ଅତର୍କିତ ଭୋଜିଘର ଓ ଦୋକାନ ଚଢ଼ାଉ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଅଛି । ବହୁ ଭୋଜିଭାରେ ଚଢାଉ କରି ଭୋଜି ରନ୍ଧାଖାଦ୍ୟ ଜବତ କରି ଜୋରିମାନା ଆଦାୟ କରାଯାଉଥିବା ବେଳେ ଜବତ ଖାଦ୍ୟ ପଦାର୍ଥକୁ ନିରିହଙ୍କ ମଧ୍ୟରେ ବଣ୍ଟନ କରାଯାଉଅଛି । ଦୋକାନ ସିଲ୍ କରାଯାଇ ଜୋରିମାନା ଆଦାୟ କରାଯାଉଅଛି । ଆଜି ଏହି ଅବସରରେ ତହସିଲଦାର ଡ ଶ୍ରୀନିବାସ ବେହେରା ଡେଙ୍ଗାଉସ୍ତା ବଜାର ଅନୁଧ୍ୟାନ କରି କିଛି ମହିଳା ଗ୍ରାହକଙ୍କୁ ତନଖି କରି କିଣିଥିବା ଜିନିଷର ଦୋକାନ ସିଲ୍ କରିଥିବା ବେଳେ ଗୌତମୀ ଅଞ୍ଚଳର ଦୁଇ ଗୋଟି ବାହାଘର ଭୋଜି ଜବତ କରିଛନ୍ତି । ଗୌତମୀରେ ଆଜି ଚାଲିଥିବା ପାଞ୍ଚଟି ଭୋଜିଘରକୁ ତନଖି କରିଥିବା ବେଳେ ଗୋଟିଏ ଭୋଜିକୁ ଚଢାଉ କରି ଭୋଜି ଜବତ କରି ଜୋରିମାନା କରିଛନ୍ତି ।ସେହିପରି ଭୁଡୁକି ଗ୍ରାମରେ ଚାଲିଥିବା ଏକ ବାହାଘର ଭୋଜିକୁ ଜବତ କରି ଜୋରିମାନା କରିଛନ୍ତି । ଅଞ୍ଚଳରେ ଚାଲିଥିବା କୌଣସି ଭୋଜିର ଆୟୋଜକ ସରକାରୀ ଅନୁମତି ବିନା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ବ୍ୟବସ୍ତା ପ୍ରରି ସାଧାରଣରେ ଆସ୍ଥା ରହୁନଥିବା ଏବଂ ସାମାଜିକ ବ୍ୟବସ୍ଥାରେ ଆଞ୍ଚ ଆଣିଥିବାରୁ କଟକଣା ନିୟମ ସାଧାରଣରେ ଗ୍ରହଣୀୟ ହେଉନଥିବା ଲକ୍ଷ୍ୟ କରାଯାଉଛି ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here