ଆସିକା ଉପଖଣ୍ଡ ପୋଲିସ୍ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ଉମା ଶଙ୍କର ସିଂ ।

0
161

ବ୍ରହ୍ମପୁର,୨୪/୦୫/୨୦୨୧: ଆସିକା ଉପଖଣ୍ଡ ପୋଲିସ୍ ଅଧିକାରୀ ( ଏସ ଡି ପି ଓ ) ଭାବେ ଆଜି ଉମା ଶଙ୍କର ସିଂ ଦାୟିତ୍ଵ ଗ୍ରହଣ କରିଛନ୍ତି । କାର୍ଯ୍ୟରତ ଆସିକା ଏସ ଡି ପି ଓ ଶ୍ରୀ ସୂର୍ଯ୍ୟମଣି ପ୍ରଧାନଙ୍କୁ ଇତିମଧ୍ୟରେ ପୁରୁଷୋତ୍ତମପୁର ପୋଲିସ୍ ଉପଖଣ୍ଡକୁ ବଦଳି ହେଲାପରେ ଆସିକା ଏସ ଡି ପି ଓ ଭାବେ ଶ୍ରୀ ସିଂଙ୍କୁ ନିଯୁକ୍ତି ଦିଆଯାଇଥିଲା । ଆଜି ଏକ ସୈାହାର୍ଯ୍ୟପୂର୍ଣ୍ଣ ଅବସରରେ ନୂତନ ଉପଖଣ୍ଡ ଅଧିକାରୀ ଭାବରେ ଶ୍ରୀ ସୂର୍ଯ୍ୟମଣି ପ୍ରଧାନଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ନୂତନ ଅଧିକାରୀଙ୍କୁ ସ୍ଵାଗତ ଅଭିବାଦନ ପାଇଁ ଉପଖଣ୍ଡ ଅଧିନରେ ଥିବା ପାଟପୁର , ଶେରଗଡ଼ , ହିଞ୍ଜିଳି , ଧରାକୋଟ , ଆସିକା ଆଦି ସାତଗୋଟି ଥାନା ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନୂତନ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପ୍ରାକ୍ତନ ଅଧିକାରୀ ଶ୍ରୀ ପ୍ରଧାନଙ୍କ କର୍ତ୍ତବ୍ୟ ଜନିତ ଶୃଙ୍ଖଳା , ସୁସଂଗଠିତ ଚିନ୍ତାଧାରାକୁ ନେଇ ନିଜନିଜର ଅନୁଭୂତି ପ୍ରକାଶ କରିଥିଲେ । ଆସିକା ଉପଖଣ୍ଡର ନୂତନ ଉପ ଆରକ୍ଷୀ ଅଧିକ୍ଷକ ଭାବରେ ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ଆଣିବା ସହିତ କରୋନା ଦ୍ଵିତୀୟ ଲହର ଜନିତ ଦୁର୍ବିସହ ସଂକ୍ରମଣ ସମୟରେ ସାଧାରଣଙ୍କ ଜୀବନ ରକ୍ଷାକୁ ପ୍ରାଥମିକତା ଦେଇଛନ୍ତି । ଅବୈଧ ଅସାମାଜିକ କାରବାର ବନ୍ଦ କରିବାକୁ ନିଷ୍ଠାପର ଭାବରେ ଯଥାସାଧ୍ୟ ଉଦ୍ୟମ ଯାରି ରଖିବାକୁ ଶ୍ରୀ ସିଂ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ସନ୍ତୋଷ କୁମାର ଦାଶ।

LEAVE A REPLY

Please enter your comment!
Please enter your name here