ନୂଆଦିଲ୍ଲୀ,୦୨/୦୬/୨୦୨୧:
ସିବିଏସ୍ଇ ଢାଞ୍ଚା ଆପଣାଇଣାଇଲା ସିଆଇଏସ୍ସିଇ। କେନ୍ଦ୍ର ସରକାର ସିବିଏସ୍ଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିବାର କିଛି ଘଣ୍ଟା ପରେ ସିଆଇଏସ୍ସିଇ ମଧ୍ୟ ଆଇଏସସି ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଛି।ସିଆଇଏସ୍ସିଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଗେରୀ ଆରଥୋନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।ସେ କହିଛନ୍ତି, ବିକଳ୍ପ ବ୍ୟବସ୍ଥା ଦ୍ୱାରା ଦ୍ୱାଦଶ ଶ୍ରେଣୀ ପିଲାଙ୍କ ମାର୍କ ପ୍ରସ୍ତୁତ ହେବ। ଖୁଶୀଘ୍ର ଏ ସମ୍ପର୍କରେ ବିସ୍ତୃତ ବ୍ୟବସ୍ଥା ଗ୍ରହଣ କରାଯିବ ଓ ସମସ୍ତଙ୍କୁ ଅବଗତ କରାଯିବ। ସମ୍ଭବତଃ କାଲି ମାର୍କିଂ ପଦ୍ଧତି ଘୋଷଣା କରାଯାଇପାରେ। କରୋନା ମହାମାରୀ ଦୃଷ୍ଟିରୁ ଚଳିତ ବର୍ଷ ଆଇଏସ୍ସିର ଦ୍ୱାଦଶ ପରୀକ୍ଷା ହେବନାହିଁ ବୋଲି ସେ କହିଛନ୍ତି।