ଶିକ୍ଷକ ସଙ୍ଘ ପକ୍ଷରୁ ଏବିଇଓଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।

0
226

ବୁଗୁଡା,୦୧/୦୭/୨୦୨୧: ଜୁନ ୩୦ ତାରିଖ ଦିନ ବୁଗୁଡା ବ୍ଲକ ଏବିଇଓ ପିତାମ୍ବର ବିଷୋୟୀ ଅବସର ଗ୍ରହଣ କରିଥିବା ବେଳେ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଶ୍ରୀ ବିଷୋୟୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟତମ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତିଙ୍କ ଉପସ୍ଥିତି ଥିବା ବେଳେ ନୂତନ ପେନସନ ଭୁକ୍ତ ଶିକ୍ଷକ ସଙ୍ଘ ପକ୍ଷରୁ ସଭାପତି ସୁରେନ୍ଦ୍ର ଜେନା, ସମ୍ପାଦକ ମାନସ ରଞ୍ଜନ ସେଠୀ, ସଂଯୋଜକ ବାୟା ସେଠୀ, ସନ୍ତୋଷ କୁମାର ସାହୁ, ରାଜକିଶୋର ଦାଶ, ଆଶୁତୋଷ ମିଶ୍ର, ସମୀକ୍ଷକ କମଳ ଲୋଚନ ପାଣିଗ୍ରାହୀ, ସହ ସମ୍ପାଦକ ପିତାମ୍ବର ଗୌଡ଼, ନିରଞ୍ଜନ ଗୌଡ଼, ତ୍ରିନାଥ ମହାରଣା, ସନ୍ତୋଷ ପାତ୍ର, ଓ ପ୍ରଫୁଲ କୁମାର ସାହୁ ଯୋଗଦେଇଥିଲେ। ଅବସର ଗ୍ରହଣ କରିଥିବା ଏବିଇଓ ଶ୍ରୀ ବିଷୋୟୀଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଓଡ଼ିଆ ଭାଗବତ ଗୀତା ଉପହାର ଦେଇ ଅବସର ଜୀବନ ଶାନ୍ତିରେ କଟିବା ପାଇଁ କାମନା କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here