ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକଡ଼ାଉନ୍ । ୨୦ ଜିଲ୍ଲାରେ କଟକଣା କୋହଳ, ଖୋଲିବ ସବୁ ଦୋକାନ, ହଟିଲା ସପ୍ତାହାନ୍ତ ସଟଡ଼ାଉନ, ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏଁ ଦୋକାନ ଖୋଲା ।

0
141

ଭୂବନେଶ୍ୱର,୩୦/୦୬/୨୦୨୧: ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକଡ଼ାଉନ୍ । ୨୦ ଜିଲ୍ଲାରେ କଟକଣା କୋହଳ, ଖୋଲିବ ସବୁ ଦୋକାନ, ହଟିଲା ସପ୍ତାହାନ୍ତ ସଟଡ଼ାଉନ, ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏଁ ଦୋକାନ ଖୋଲା ରହିବ ।ଏହି ଆଂଶିକ ଲକଡାଉନ୍ ଆସନ୍ତା ୧୬ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ ।ସଂକ୍ରମଣ ହାର ଅନୁସାରେ ସାରା ଓଡିଶାକୁ ଦୁଇ ଭାଗରେ ବାଂଟି ଜୀବନ ଓ ଜୀବିକା ଭିତରେ ସନ୍ତୁଳନ ରକ୍ଷା କଲା ଭଳି ମାର୍ଗଦର୍ଶିକା ଆଣିଛନ୍ତି ରାଜ୍ୟ ସରକାର ।ସଂକ୍ରମଣ ହାର କମ୍ ଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୭ ଜିଲ୍ଲା ସମେତ ଢ଼େଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖାଯାଇଛି ।କାଟାଗୋରୀ ‘ଏ’ ରେ ଥିବା ଜିଲ୍ଲାଗୁଡିକ ହେଉଛି, ଢ଼େଙ୍କାନାଳ, ବଲାଙ୍ଗୀର, ଦେବଗଡ, ନୂଆପଡା, କଳାହାଣ୍ଡି, ବରଗଡ, କନ୍ଧମାଳ, ସମ୍ବଲପୁର, ଗଜପତି, ବୌଦ୍ଧ, ରାୟଗଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଂଜାମ, ସୁବର୍ଣ୍ଣପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ଅନୁଗୁଳ ।ସେହିପରି ଉପକୂଳ ଓ ଉତ୍ତର ଓଡିଶାର ୧୦ ଜିଲ୍ଲାକୁ କାଟାଗୋରୀ ‘ବି’ରେ ରଖିଛନ୍ତି ରାଜ୍ୟ ସରକାର । ଏହି ତାଲିକାରେ ଖୋର୍ଦ୍ଧା, ନୟାଗଡ, ପୁରୀ, କଟକ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଜିଲ୍ଲା ରହିଛି ।ଏହି ୧୦ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଛି । ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାରେ କାଟାଗୋରୀ ଏରେ ଥିବା ଜିଲ୍ଲାମାନଙ୍କ ଅପେକ୍ଷା କଟକଣାକୁ ଅଧିକ କଡାକଡି କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।ମଲ୍, ସିନେମା ହଲ୍ ଖୋଲିବ ନାହିଁ; ଯାତ୍ରା ଚାଲିପାରିବ ନାହିଁ। ବାହାଘର, ଶୁଦ୍ଧିକାର୍ଯ୍ୟ ପାଇଁ ଥିବା କଟକଣା ବଳବତ୍ତର ରହିବ। ବାହାଘର, ଶୁଦ୍ଧି କାର୍ଯ୍ୟରେ ଭୋଜି ଦିଆଯିବନି। ଖାଦ୍ୟ ପାର୍ସଲ ଦେବେ।

LEAVE A REPLY

Please enter your comment!
Please enter your name here