ଶାଳିଆଡ୍ୟାମ୍ ନିକଟରୁ ଭୁଜାଲି ଦେଖାଇ ଟଙ୍କା ସହ ବାଇକ୍ ଲୁଟ୍

0
643

ବ୍ରହ୍ମପୁର,୦୧/୦୭/୨୦୨୧ (ଟୁକୁନା ପ୍ରଧାନ ) ଖୋର୍ଦ୍ଧା ଜିଲ୍ଲା ର ଆରମ୍ଭ ଏବଂ ଗଞ୍ଜାମ ଜିଲ୍ଲାର ଶେଷ ସୀମାରେ ଥିବା ଶାଳିଆ ଡ୍ୟାମ ର ମା ଡୋମଣି ମନ୍ଦିର ନିକଟ ପାଣି ପମ୍ପ ହାଉସ ନିକଟରୁ ମଙ୍ଗଳବାର ଦିନ ସନ୍ଧ୍ୟାରେ ୬ ଜଣ ଅଜଣା ଦୁର୍ବୃତ୍ତ ଭୁଜାଲି ଦେଖାଇ ଏବଂ ମାଡ ମାରି ନୀଳମଣି ବେହେରା ଙ୍କ ଠାରୁ ୨ ହଜାର ଟଙ୍କା ସହ , ତାଙ୍କ HF Deluxe ବାଇକ ଛଡାଇ ନେଇ ବାଣପୁର ଅଭିମୁଖେ ଦ୍ରୁତ ଗତିରେ ପଳାଇ ଯାଇଥିବା ନେଇ ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ବୋରିଆ ସାହି ଗ୍ରାମ ର ନୀଳମଣି ବେହେରା (ନୀଳ ) ମଙ୍ଗଳବାର ସନ୍ଧ୍ୟା ସମୟରେ ଶାଳିଆ ଡ୍ୟାମ୍ ଠାରୁ ନିଜର ବ୍ୟବସାୟୀକ କାମ ସାରି ଘରକୁ ବାଇକ ଯୋଗେ ଏକୁଟିଆ ଫେରୁଥିବା ବେଳେ ହଠାତ୍ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ୍ ମା ଡୋମଣି ମନ୍ଦିର ନିକଟ ପମ୍ପ ହାଉସ ନିକଟରେ ଅଙ୍ଗାରଗାଁ ପଟୁ ୨ ଟି ବାଇକ ରେ ଯାଉଥିବା ଅଜଣା ମାସ୍କ ଧାରୀ ୬ ଜଣ ଦୁର୍ବୃତ୍ତ ରାସ୍ତା ମଝିରେ ବାଇକ ଅଟକାଇବା ସହ ନୀଳମଣି ଙ୍କୁ ଭୁଜାଲି ଦେଖାଇ ନିର୍ଦ୍ଧୁମୁ ମାଡ ମାରି ୨ ହଜାର ଟଙ୍କା ଏବଂ ବାଇକ ଛଡେଇ ନେଇ ଦ୍ରୁତ ଗତିରେ ବାଣପୁର ଅଭିମୁଖେ ପଳେଇ ଯାଇଥିବା ନେଇ ନିଳମଣି ପ୍ରକାଶ କରିବା ସହ ଏ ସଂକ୍ରାନ୍ତରେ ସେ ବାଣପୁର ଥାନାରେ ଲିଖିତ ଏତଲା ଦେଇଥିବା କହିଛନ୍ତି। ଦେଖାଯାଉ ବାଣପୁର ପୋଲିସ ଦୃବର୍ତ୍ତମାନଙ୍କୁ ଧରିବା ରେ କେବେ ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା ।ଗତ କିଛିଦିନ ତଳେ ମଧ୍ଯ ଠିକ୍ ସେହି ସ୍ଥାନରୁ ବନ୍ଧୁକ ଦେଖାଇ ଜୈନକ ବ୍ୟବସାୟୀ ଙ୍କ ଠାରୁ ୧୩ ହଜାର ଟଙ୍କା ସହ ଏ ଟି ଏମ୍ କାର୍ଡ, ପର୍ସ, ବାଇକ ଚାବି ଛଡାଇ ନେଇ ଦୃବର୍ତ୍ତମାନେ ଚମ୍ପଟ ମାରିଥିଲେ । ଏ ନେଇ ମଧ୍ଯ ବ୍ୟବସାୟୀ ଜଣ ଙ୍କ ବାଣପୁର ଥାନାରେ ଲିଖିତ ଏତଲା ଦାଏର କରିଥିଲେ ।

LEAVE A REPLY

Please enter your comment!
Please enter your name here