“ମାସ୍କୋ” ଏବଂ “କାର୍ପ୍” ଦ୍ଵାରା ପରିବେଶ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ।

0
293

ବ୍ରହ୍ମପୁର,୨୫/୦୭/୨୦୨୧: ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ମାସ୍କୋ” ଏବଂ “କାର୍ପ୍”ଦ୍ଵାରା ଏକ ପରିବେଶ ସୁରକ୍ଷା କର୍ମଶାଳା ସ୍ଥାନୀୟ ଗୋଷାଣୀନୂଆଗାଁ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାକୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ସଭାପତି ଶ୍ରୀ ଭଗବାନ ଚୌଧୁରୀ ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି ରୂପେ “ମାସ୍କୋ”ର ସମ୍ପାଦକ ତଥା ସମାଜସେବୀ ଡାକ୍ତର ରାମକୃଷ୍ଣ ସାହୁ ଯୋଗଦେଇ ପରିବେଶ ସୁରକ୍ଷାପାଇଁ ସମାଜର ଦାୟିତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ।ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଫୋରେଷ୍ଟ ରେଞ୍ଜର ଶ୍ରୀ ଦିଲିପ କୁମାର ମାର୍ଥା ଯୋଗଦେଇ ବୃକ୍ଷର ସୁରକ୍ଷା ହିଁ ପରିବେଶର ସୁରକ୍ଷା ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଶ୍ରୀ ଭଗବାନ ଗନ୍ତାୟତ,ଡାକ୍ତର ଭି. ନାଗେଶ୍ଵର ରାଓ ସୁବୁଦ୍ଧି,ଡାକ୍ତର ନକୁଳ ସାହୁ ପ୍ରମୁଖ ଯୋଗଦେଇ ବୃକ୍ଷମାନଙ୍କର ଔଷଧୀୟ ଗୁଣ ବିଷୟରେ ଆଲୋକପାତ କରିଥିଲେ।ବିଶିଷ୍ଟ ଅତିଥିଭାବେ ଡାକ୍ତର ପ୍ରଶାନ୍ତ କୁମାର ପତି,ଶ୍ରୀମତୀ ବନ୍ଦନା ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନାରାୟଣ ପଣ୍ଡା ସଭାପତିତ୍ବ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁନିଲ କୁମାର ସାବତ, ଶ୍ରୀ ପି ବୁଦ୍ଧଦେବ ପାତ୍ର, ପପୁନ କୁମାର ମହାରଣା,ସ୍ମରଣିକା ସାମନ୍ତରାୟ,ସନ୍ତୋଷିନି ବେହେରା,ମୃତ୍ୟୁଞ୍ଜୟ ପାତ୍ର ପ୍ରମୁଖ ଯୋଗଦେଇ କର୍ମଶାଳା କୁ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସୁଶାନ୍ତ କୁମାର ପାଢ଼ୀ,ପ୍ରସାଦ କୁମାର ଦାସ,ଅଜୟ କୁମାର ପାତ୍ର,ମନୋଜ କୁମାର ତ୍ରିପାଠୀ,ସମୀର କୁମାର ଶତପଥୀ,ରବୀନ୍ଦ୍ର କୁମାର ପାତ୍ର,କାର୍ତ୍ତିକେଶ୍ୱର ନାୟକ,ଅରୁଣ କୁମାର ପାଢ଼ୀ,ଇ.ରବି ରାଓ,ସୁବାଷ ଚନ୍ଦ୍ର ରଥ,ହର ପ୍ରସାଦ ପାଣିଗ୍ରାହି,ସମୀର ପ୍ରସାଦ ଚୌଧୁରୀ,ରାଧାମୋହନ ବିଶ୍ଵାଳ,ଅସୀମ କୁମାର ବେବର୍ତ୍ତା ଏବଂ ବିଦ୍ୟା ମନ୍ଦିରର ଅନ୍ୟାନ୍ୟ ଆଚାର୍ଯ୍ୟ ଓ ଆଚାର୍ୟାଙ୍କ ସମେତ ସମସ୍ତ କାର୍ଯ୍ୟରତ ସଦସ୍ୟମାନେ ଯୋଗ ଦେଇଥିଲେ।ଏହା ପରେ ପରେ ଏଠି “ମାସ୍କୋ” ଏବଂ “କାର୍ପ୍”ର ମିଳିତ ସହଯୋଗରେ ପ୍ରାୟ କୋଡ଼ିଏଗୋଟି ବୃକ୍ଷରୋପଣ କରାଯାଇଥିଲା।ପ୍ରକାଶଥାଉକି “ମାସ୍କୋ” ଏବଂ “କାର୍ପ୍”ଦ୍ଵାରା ବ୍ରହ୍ମପୁର ଏବଂ ବ୍ରହ୍ମପୁର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାୟ ଏକହଜାର ବୃକ୍ଷରୋପଣ କରାଯିବ ବୋଲି “ମାସ୍କୋ”ର ସଭାନେତ୍ରୀ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ସାହୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here