ଶ୍ଵଶୁର ଘର ପକ୍ଷରୁ ବିଧବା ଗୃହବଧୁଙ୍କୁ ନିର୍ଯାତନା ଅଭିଯୋଗ । ବ୍ରହ୍ମପୁର ଏସ ପି ଙ୍କ ଦ୍ୱାରସ୍ଥ ହୋଇ ସୁରକ୍ଷା ଲୋଡିଲେ ପୀଡ଼ିତା

0
763

ବ୍ରହ୍ମପୁର, ୨୯/୦୭/୨୦୨୧: ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ପୋଲିସ ଥାନା ଅନ୍ତର୍ଗତ କୁମରଡ଼ା ଗ୍ରାମର ସୁନିତା କୁମାରୀ ପ୍ରଧାନ ନାମ୍ନୀ ଜନୈକ ଅସହାୟା ବିଧବା ମହିଳା ତାଙ୍କର ଛୋଟ ଝିଅ ଏବଂ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ନିଜ ବାପାଙ୍କୁ ନେଇ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । ସୁନିତାଙ୍କ ବକ୍ତବ୍ୟ ପ୍ରକାରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କର ଶଶୁର ବୃନ୍ଦାବନ ପ୍ରଧାନ , ଦେଢ଼ ଶାଶୁ (ସ୍ବାମୀ ଙ୍କ ଭଊଣି) ତନୟା ପ୍ରଧାନ , ଦିଅର ମହେନ୍ଦ୍ର ପ୍ରଧାନ ଏବଂ ଶାଶୁଙ୍କ ଅକଥନୀୟ ଅତ୍ୟାଚାରରେ ଅତିଷ୍ଠ ହୋଇଥିବା ନେଇ ଏସ ପି ଙ୍କୁ ସାକ୍ଷାତ କରି ବିସ୍ତୃତ ବର୍ଣ୍ଣନା କରିଛନ୍ତି । ବକ୍ତବ୍ୟ ପ୍ରକାରେ ଗତ ତା ୨୬ରିଖରେ ଶଶୁର ଘର ଲୋକ କିପରି ସୁନୀତାଙ୍କ ବାପାଙ୍କୁ ବମକେଇରୁ ତାଙ୍କ ଗ୍ରାମକୁ ଯିବା ରାସ୍ତାରେ ମରଣାତ୍ମକ ଆକ୍ରମଣ କରିଥିଲେ ସେ ନେଇ ଅଧିକାରୀଙ୍କୁ ଅବଗତ କରିବା ସହିତ ବର୍ତ୍ତମାନ ବାପା ଏମ କେ ସି ଜି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପ୍ରକାଶ କରିଛନ୍ତି । ସୁନୀତାଙ୍କ ନଣନ୍ଦ ଏବଂ ଶଶୁର କିପରି ତାଙ୍କୁ ମାରିବା ଉଦ୍ଧେଶ୍ୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି ତାର ପ୍ରମାଣ ସହ ସେମାନଙ୍କ କବଳରୁ ସେ କିପରି ମୁକ୍ତି ପାଇ ନିଜ ଗାଁ କୁ ଆସିଥିଲେ ତାହା ପ୍ରକାଶ କରିଛନ୍ତି । ଅନ୍ୟ କ୍ରମରେ ନୂଆଗାଁ ପୋଲିସ ଚାପରେ ରହି ଅପରାଧୀଙ୍କୁ ବଞ୍ଚାଇବା ପାଇଁ କୋହଳ ଧାରା ଲଗାଇ ସେମାନଙ୍କୁ ଖସାଇ ଦେବାକୁ ଯୋଜନା କରୁଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ନଣନ୍ଦ ପୋଲିସ ବିଭାଗରେ କାମ କରୁଥିବାରୁ ସେ କେଶଟିକୁ ପ୍ରଭାବିତ କରୁଥିବା ଅଭିଯୋଗ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ର ଶକ୍ତ ଧାରା ଲଗାଇବାକୁ ପୀଡ଼ିତାଙ୍କ ଓକିଲ ତଥା ସମାଜସେବୀ ବରିଷ୍ଠ ଆଇନଜିବୀ ଦାବି କରିବା ସହ ପୀଡ଼ିତା ସୁନୀତାକୁ ଉପଯୁକ୍ତ ନ୍ୟାୟ ସହ ସୁରକ୍ଷା ପ୍ରଦାନ କରାଯିବାକୁ ଅନୁରୋଧ କରିଛନ୍ତି । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ମହୋଦୟ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଏସ ଡି ପି ଓ ଚିକିଟିଙ୍କୁ ଉକ୍ତ ମାମଲାର ଅନୁକ୍ଷଣ କରିବା ସହିତ ନିରପେକ୍ଷ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ବିଭାଗୀୟ ନିର୍ଦ୍ଦେଶ ଦେଇଛନ୍ତି ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here