କେନାଲ ମଧ୍ୟରୁ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

0
398

ବ୍ରହ୍ମପୁର,୨୮/୦୭/୨୦୨୧( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମର୍ଦ୍ଦକୋଟ ପଞ୍ଚାୟତ ଓଡ଼ନଇ ଗ୍ରାମ ନିକଟ କେନାଲ ରେ ଏକ ଯୁବକ ଭାସୁଥିବା ଦେଖି କିଛି ଯୁବକ ମାନେ ଉକ୍ତ ଯୁବକ କୁ ମୁର୍ମୁଷ ଅବସ୍ଥା ରେ ମୋଟର ସାଇକେଲ ଯୋଗେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇଥିଲେ ,କିନ୍ତୁ ସେତେବେଳକୁ ଯୁବକ ର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ । ଖବର ପାଇ କୋଦଳା ପୋଲିସ ଡାକ୍ତରଖାନା ରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବା ଜଣାପଡ଼ିଛି ।ମୃତକଙ୍କ ଘର ମଲିକେଶ୍ଵର ବୋଲି ଜଣାପଡ଼ିଥିବା ବେଳେ ସେ ମରିବାର କାରଣ ଅସ୍ପଷ୍ଟ ରହିଛି । ସୂଚନା ପ୍ରକାରେ କଞ୍ଚଣା ପଞ୍ଚାୟତ କୋଦଳା ଥାନା ମଲିକେଶ୍ୱର ଗ୍ରାମର ତିନି ପ୍ରଧାନଙ୍କ ପୁତ୍ର ଶଙ୍କର ପ୍ରଧାନ (୨୫) । ଆଜକୁ ପ୍ରାୟ ଦୁଇବର୍ଷ ତଳେ ଶଙ୍କର ଧନଞ୍ଜୟପୁର ରେ ବିବାହ କରିଥିଲେ ଏବଂ ତାଙ୍କର ଏକ ବର୍ଷ ର ଗୋଟିଏ ପୁତ୍ର ଅଛି । ଡାକ୍ତରଖାନାରେ ଶଙ୍କର ର ମା ଓ ପଡୋଶୀ ପହଞ୍ଚିଥିଲେ । କୋଦଳା ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ କେଶ୍ ନମ୍ବର ୧୩/୨୦୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here