ଆସ୍କା, ୦୩/୦୮/୨୦୨୧:ସପ୍ତାହକ ମଧ୍ୟରେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ।ଯୋଗ୍ୟ ହିତାଧିକାରୀ ମାନଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ନଗରର ସମସ୍ତ ୱାର୍ଡରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଆସିକା ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଟେଡେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଉତ୍ସାହିତ କରିଥିଲେ ବିଧାୟିକା ମଞ୍ଜୁଳା ସ୍ୱାଇଁ। କୋଭିଡ ନିୟମକୁ ଦୃଷ୍ଟିରେ ରଖି କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ,ଆବାସ ଯୋଜନାର ନୋଡାଲ ଅଫିସର ଶିବଶଙ୍କର ପ୍ରଧାନ,ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପ୍ରାଣୀଗ୍ରାହୀ,ନଗର ବିଜେଡି ସଭାପତି ସତ୍ୟ ନାରାୟଣ ସ୍ୱାଇଁ, ତାରିଣୀ ସେନାପତି,ମହିଳା ନଗର ସଭାପତି ରଶ୍ମିତା ସେନାପତି,ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ବି. ମନୋଜ କୁମାର ଦୋରା,ବିଜୁ ଛାତ୍ର ଜନତା ଦଳ ନଗର ସଭାପତି ନିଗମାନନ୍ଦ ରାଉତ,ବିଜୁ ଯୁବ ଜନତା ଦଳ ନଗର ସଭାପତି ଜିତେନ୍ଦ୍ର ମହାରଣା, ଡିଜିଟାଲ ସେକ୍ରେଟାରୀ ସୁବ୍ରତ କୁମାର ପାତ୍ର,ପ୍ରତାପ ଚନ୍ଦ୍ର ପ୍ରଧାନ, ଦେବାଶିଷ ପଣ୍ଡା,ଭେଙ୍କଟ ରାଓ ଦୋରା,ରାଜେଶ ଜେନା ସମେତ ଏନ ଏ ସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।