ଛତ୍ରପୁର ହସ୍ପିଟାଲକୁ ରାଜ୍ୟ ମେଡିକାଲ ଟିମର ପରିଦର୍ଶନ

0
209

ଛତ୍ରପୁର,୦୩/୦୮/୨୦୨୧: ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ମଙ୍ଗଳବାର ରାଜ୍ୟ ମେଡିକାଲ ଟିମର ୨ ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି। ମା ହେବା ପ୍ରତ୍ୟେକ ମହିଳାଙ୍କ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଥାଏ। ଏହି ମହାର୍ଘ୍ୟ ମୁହୁର୍ତ୍ତରେ ମା ମାନଙ୍କୁ ଏକ ସମ୍ମାନଜନକ ମାତୃତ୍ୱର ଅନୁଭବ ଦେବା ସହ ଉନ୍ନତ ସେବା ଯୋଗାଇଦେବା ନିମନ୍ତେ “ଲକ୍ଷ୍ୟ” ନାମକ ଏକ ଯୋଜନା ସରକାର ପ୍ରଣୟନ କରିଛନ୍ତି। ଏହି ପ୍ରତିନିଧି ଦଳ ମାତୃତ୍ୱ ସେବାର ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିବା ସହ ମା ଓ ନବଜାତକ ନିମନ୍ତେ ଥିବା ବିଭିନ୍ନ ଆନୁସଙ୍ଗିକ ସୁବିଧା ଯଥା ପ୍ରସୂତୀ କକ୍ଷ, ଅପରେସନ କକ୍ଷ ଓ ଔଷଧ ଆଦି ବିଭିନ୍ନ ମାପଦଣ୍ଡ ଗୁଡିକ ସମ୍ପର୍କରେ ଅନୁଧ୍ୟାନ କରିବା ସହ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହି ରିପୋର୍ଟ ଉପରେ ଆଧାରିତ କରି “ଲକ୍ଷ” ପ୍ରମାଣପତ୍ର ପାଇଁ ମାର୍କ ପ୍ରଦାନ କରିବା ସହ ଦିଲ୍ଲୀକୁ ତଥ୍ୟ ପଠାଇଥାନ୍ତି । ରାଜ୍ୟ ସ୍ତରୀୟ ଏହି ପ୍ରତିନିଧି ଦଳରେ ଡା ବିଜୟ ସ୍ବାଇଁ ଓ ଡା ମନୋରଞ୍ଜନ ମହାପାତ୍ର ରହିଥିବା ବେଳେ ଜିଲ୍ଲାର ଶକ୍ତି ଦିଗାଲ ଓ ସଞ୍ଜୟ ପରିଡା ସାମିଲ ଥିଲେ । ଛତ୍ରପୁର ହସପିଟାଲ ସୁପରିଟେଣ୍ଡେଣ୍ତ ଡା ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ଡା ମନୋଜ ବାରିକ, ଡା ଅଲେଖ ପ୍ରଧାନ, ଡା ନିକୁଞ୍ଜ ବିହାରୀ ଦାଶ, ଡା ସୁଦର୍ଶନ ସାହୁ,ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀମାନେ ପରିଦର୍ଶନ ବେଳେ ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here