ସ୍ମାର୍ଟ କ୍ଳାସ ସ୍କୁଲ : ନାହାଁନ୍ତି ପିଅନ, ଝାଡୁ କରୁଛନ୍ତି ଶିକ୍ଷକ ।

0
321

ବୁଗୁଡା, ୧୯/୦୮/୨୦୨୧ : ରାଜ୍ୟ ସରକାରଙ୍କ ଦ୍ୱାରା ବୁଗୁଡା ବ୍ଲକ ର ଗୋଲିଆ ର ଓଡିଶା ଆଦର୍ଶ ବିଦ୍ୟାଳୟ, ମାଣିତରା ର ଆଞ୍ଚଳିକ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ବାଲିପଦର ଉଚ୍ଚ ବିଦ୍ୟାଳୟ , ଏହି ତିନିଟି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ପାଇଁ ନିଷ୍ପତ୍ତି ନେବା ସହ ଅର୍ଥ ମଞ୍ଜୁରୀ କରି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ହେଲେ ଏହି ତିନି ମଧ୍ୟରୁ ମାଣିତରା ର ଆଞ୍ଚଳିକ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ପିଅନ ଅବସର ନେବାପରେ ଆଉ ପିଅନ ନାହାଁନ୍ତି। କୋଭିଡ କଟକଣା ଯୋଗୁଁ ବିଦ୍ୟାଳୟକୁ ପୂର୍ବରୁ କେହି ଛାତ୍ରଛାତ୍ରୀ ଆସୁନଥିବା ବେଳେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପାଠ ପଢିବାକୁ ଆସୁଛନ୍ତି। ଆଉ ଶ୍ରେଣୀ ଗୃହକୁ ଝାଡୁ ମାରୁଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ। ସ୍କୁଲ ଘଣ୍ଟି ପିଟୁଛନ୍ତି ପ୍ରଧାନ ଶିକ୍ଷକ। ପିଅନ ନଥିବା ନେଇ ପ୍ରଧାନ ଶିକ୍ଷକ ବ୍ରହ୍ମପୁର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବହୁବାର ଲିଖିତ ଭାବେ ଜଣାଇବା ସ୍ଵତ୍ତ୍ୱେ ସୁଫଳ ମିଳିନାହିଁ। କମ ଛାତ୍ରଛାତ୍ରୀ ଥିବା କେତେକ ବିଦ୍ୟାଳୟରେ ତିନିଜଣ ଲେଖାଏ ପିଅନ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣଙ୍କୁ ମାଣିତାର ବିଦ୍ୟାଳୟ କୁ ଡେପୁଟେସନ ରେ ପଠାଇବାକୁ ପ୍ରସ୍ତାବ ଦିଆଗଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରିବା ମନୋଭାବରେ ନାହାଁନ୍ତି । ଏହି ବିଷୟ ନେଇ ଡ଼ିଇଓ ମହୋଦୟଙ୍କୁ ଫୋନ କରିବାରେ ସେ କହିଲେଯେ ସରକାର ବିଦ୍ୟାଳୟ ସଫା କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ପ୍ରଦାନ କରୁଛନ୍ତି, ସେମାନେ ବିଦ୍ୟାଳୟ ସଫାସୁତୁରା କରିବେ। ମାଣିତରାରେ ଆରମ୍ଭ ହେବାକୁ ଯାଉଛି ସ୍ମାର୍ଟ କ୍ଲାସ, ହେଲେ ବିଦ୍ୟାଳୟରେ ନାହାଁନ୍ତି ପାଠ ପଢ଼ିବା ପାଇଁ ବିଜ୍ଞାନ ଶିକ୍ଷକ, ସଂସ୍କୃତ ଶିକ୍ଷକ ଓ ବେଲ ଦେବାକୁ ପିଅନ। ସବୁ ଜାଣି ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ମହୋଦୟ। ଶିକ୍ଷା ବିଭାଗର ଜିଲ୍ଲା ପ୍ରଶାସନ ଭାବେ କୌଣସି ଦ୍ୱାୟିତ୍ୱ ଦକ୍ଷତାର ସହ ପରିଚାଳନା କରିବା କ୍ଷମତା ସୁପ୍ତ ହୋଇଯାଇଛି। ଶୁଣା ଯାଉଛି କୁଆଡେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅନ୍ୟ ଜିଲ୍ଲାକୁ ବଦଳି କ୍ଷେତ୍ରରେ ଯେତେ ଦକ୍ଷତା ଦେଖାଉଛନ୍ତି ଅନ୍ୟ କ୍ଷେତ୍ରରେ ଅନ୍ୟ କ୍ଷେତ୍ରରେ ସେହି ଦକ୍ଷତା ଦେଖିବାକୁ ମିଳୁନାହିଁ । ମାଣିତରା ବିଦ୍ୟାଳୟର ସମସ୍ୟା ପ୍ରତି ଅବହେଳା ଯୋଗୁଁ ଭବିଷ୍ୟତରେ ଯଦି ଜନ ଅସନ୍ତୋଷ ଉଗ୍ର ରୂପ ଧାରଣ କରେ, ତେବେ ସେଥିପାଇଁ ଜିଲ୍ଲା ଶିକ୍ଷାଧିକାରୀ ମହୋଦୟ ହିଁ ଦାୟୀ ରହିବେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here