ଗ୍ଲୋବାଲ ଇଣ୍ଡିଆ ମୁମ୍ବାଇ ସୁନ୍ଦରୀ ସୁଦିପ୍ତାଙ୍କୁ ସମ୍ବର୍ଦ୍ଧନା

0
237

ବ୍ରହ୍ମପୁର ,୧୯/୦୮/୨୦୨୧: ବିଶ୍ଵ ମାନବାଧିକାର ସୁରକ୍ଷା ସଙ୍ଗଠନ ପକ୍ଷରୁ ବୁଧବାର ସନ୍ଧ୍ୟାରେ ସମ୍ବର୍ଦ୍ଧିତ ହୋଇଛନ୍ତି ବ୍ରହ୍ମପୁରର ସୁଦରୀ ତଥା ଗ୍ଲୋବାଲ ଇଣ୍ଡିଆ ମୁମ୍ବାଇ ଆୱାର୍ଡ ୨ୟ ବିଜେତା ଡ଼.ସୁଦୀପ୍ତା ପଣ୍ଡା । ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ପଣ୍ଡା କଲୋନୀର ଡ଼.ସୁଦୀପ୍ତା ପଣ୍ଡା ଏକାଧାରରେ ଜଣେ ମଡେଲ , ଭାରତୀୟ ତଥା ପାଶ୍ଚାତ୍ୟ ନୃତ୍ୟାଙ୍ଗନା , ଅଭିନେତ୍ରୀ , ଫାଇଟର ତଥା ଫିଟନେସ ଟ୍ରେନର । ୧୫ ବର୍ଷ ଧରି ହାଇଦ୍ରାବାଦରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଛନ୍ତି । ତାଙ୍କର ଏହି ସଫଳତା ବ୍ରହ୍ମପୁର ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ତାଙ୍କ ବାପା ସୁବାସ ଚନ୍ଦ୍ର ପଣ୍ଡା , ମାଆ ସଂଯୁକ୍ତା ପଣ୍ଡା । ବୁଧବାର ସମ୍ବର୍ଦ୍ଧନା ସଭାରେ ସାଂସଦ ଚନ୍ଦ୍ରଶେଖର ସାହୁ , ବିଧାୟକ ବିକ୍ରମ ପଣ୍ଡା ,ଜିଲ୍ଲା ବିଜେଡି ସଭାପତି ଡା.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ , ବିଜେଡି ରାଜ୍ୟ ସମ୍ପାଦକ ସୁବାସ ମହାରଣା ,ଗଞ୍ଜାମ ବାର ଏସୋସିଏସନ୍ ସମ୍ପାଦକ ପ୍ରଦୀପ ବେହେରା , ସହସମ୍ପାଦକ ସୁଧିର କୁମାର ପାତ୍ର , ସଙ୍ଗଠନ ସଭାପତି ଡ.ରାମକୃଷ୍ଣ ପଟ୍ଟନାୟକ , ସୁଦିପ୍ତାଙ୍କ ବାପା , ସକାଳ ଖବର କାଗଜ ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଜଗନମୋହନ ମହାପାତ୍ର ଏବଂ ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ସାଂସଦ ଏବଂ ବିଧାୟକ ସୁଦୀପ୍ତାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଅଭିମନ୍ୟୁ ନାୟକ , ସୁଜିତ ତ୍ରିପାଠୀ , ମନୋଜ ସାହୁ , ଅମିତ ଦାସ , ସଞ୍ଜୟ ପାଣିଗ୍ରାହୀ , ଇତିଶ୍ରୀ ରଥ , ସୁରେଶ ସାହୁ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ । ଏହି କାଯ୍ୟକ୍ରମରେ ସମ୍ପାଦକ ସୁରେନ୍ଦ୍ର ମହାରଣା ଅଧ୍ୟକ୍ଷତା କରିଥିଲେ ।

LEAVE A REPLY

Please enter your comment!
Please enter your name here