ଡେଙ୍ଗୁ ବିକ୍ରୀହେଉଛି ଗୋଳନ୍ଥରା ରେ

0
478

ଗୋଳନ୍ଥରା,୨୦/୦୮/୨୦୨୧: ଡେଙ୍ଗୁ ବିକ୍ରୀହେଉଛି ଗୋଳନ୍ଥରା ରେ । ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସ୍ଵାସ୍ଥ୍ୟ ବିଭାଗ ଏବେ ଠାରୁ ଗ୍ରାମାଞ୍ଚଳ ରେ ସଚେତନତା ସୃଷ୍ଟି ନକଲେ ଡେଙ୍ଗୁ ବ୍ୟାପିବା ଆଶଙ୍କା ରହିଛି। ଗ୍ରାମାଞ୍ଚଳ ମାନଙ୍କ ମଧ୍ୟରେ ନାନା ଅଳିଆ ଆବର୍ଜ୍ଜନା ଦ୍ବାରା ବିଭିନ୍ନ ରୋଗରେ ସମ୍ମୁଖିନ ହେଉଛନ୍ତି। ଏଣୁ ସ୍ଵାସ୍ଥ୍ୟ ବିଭାଗ ନଜର ରଖିବାକୁ ସାଧାରଣରେ ଅଭିଯୋଗ ହୋଇଛି। ରଙ୍ଗେଇଲୁଣ୍ଡା ବ୍ଳକର ସମସ୍ତ ପଞ୍ଚୟତରେ ସ୍ବାସ୍ଥ୍ୟ ବିଭାଗ ର ଚରମ ଅବହେଳା ଯୋଗୁଁ ଡେଙ୍ଗୁ ହେବା ସମ୍ଭାବନା। ଗୋଳନ୍ଥରା ଚଟି ଛକ ଜାତୀୟ ରାଜପଥ କଡ଼ରେ ପାର୍ଶ୍ଵରାସ୍ତା ଅବରୋଧ କରି ହୋଟେଲ୍ କରିଥିବା ଦୁଇ ଦୁଇଟି ହୋଟେଲର ଆବର୍ଜନା ପାଣି ଏବଂ ଅଁଇଠା ଖାଦ୍ୟ ଗୁଡ଼ିକ ଜାତୀୟ ରାଜପଥ ନିର୍ମାଣ କରିଥିବା ଡ୍ରେନକୁ କଣାକରି ପାଣି ଛାଡିବା ଦ୍ବାରା ଅସମ୍ପୂର୍ଣ୍ଣ ଡ୍ରେନ ମଧ୍ୟରେ ପାଣିଯମି ରହି ମଶା ବଂଶ ବିସ୍ତାର କରି ଥିବା ବେଳେ ଦୁର୍ଗନ୍ଧ ବାହାରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଡ୍ରେନ ଉପରେ କଭର ରହିଥିବା ହେତୁ ଆବର୍ଜ୍ଜନା ସଫା କରିବା ଏବଂ ମଇଳା ଆବର୍ଜନା ସଫା କରିବା କଷ୍ଟ ସାଧ୍ୟ ମାତ୍ର ୨୦ମିଟର ଦୂରରେ ଯାତ୍ରୀ ବିଶ୍ରମାଗାର ସେଠାରେ ଛିଡାହେବା କଷ୍ଟସାଧ୍ୟ ହୋଇ ପଡ଼ୁଛି। ପରିବା ବିକାଳୀ ମାନେ ସେଠାରେ ବସି ନିଜର ବ୍ୟବସାୟ କରି ପେଟ ପୋଷୁଥିବା ବେଳେ ସେଠାରେ ବସିବା ଅସାଧ୍ୟ ମନେ କରୁଛନ୍ତି।ଯାତ୍ରୀ ନେବା ଆଣିବା କରୁଥିବା ଅଟୋ ଷ୍ଟାଣ୍ଡ ଡ଼୍ରାଇଭର ମାନେ ମଧ୍ୟ ସେଠାରେ ବସି ପାରୁ ନାହାଁନ୍ତି। ସରକାରୀ ଜାଗା କୁ ଆବଦ୍ଧ କରି ହୋଟେଲ କରିଥିବା ରଖିଥିବା କେତେକ ଅଭିଯୋଗ କରିଛନ୍ତି। ଏହା ଉପରେ କାହାର ନଜର ନାହିଁ। ମୂକ ପାଳଟି ଯାଇଛି ସ୍ଵାସ୍ଥ୍ୟବିଭାଗ। ତେଣୁ ପରିବାବ୍ୟବସାୟୀ, ଯାତ୍ରୀ, ଅଟୋ ଡ଼୍ରାଇଭର ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାସ୍ତାଘାଟରେ ପାଣି ଜମିବା ସହ ମାରାତ୍ମକ ଜୀବ ଏବ ମଶାମାଛି ବାସକରୁଥିବା ଅଭିଯୋଗ ହେଉଛି। ଗୋଳନ୍ଥରା ଚଟି ଛକରେ ନଜର ପଡିଲେ ଭଲ ହୁଅନ୍ତା କାରଣ ସେହି ଗ୍ରାମର ଜୈନିକ ବ୍ୟକ୍ତିଙ୍କୁ ବହୁବାର ଅଭିଯୋଗ କରିଥିଲେ ସୁଧା କର୍ଣ୍ଣପାତ କରୁନାହାନ୍ତି। ନିଜର ପତିଆରା ଦେଖାଉଛନ୍ତି ବୋଲି ସାଧାରଣ ଲୋକଙ୍କ ଅଭିଯୋଗ ହେଉଛି। ବିଭାଗିୟ ଅଫିସର ଏବଂ କର୍ମଚାରି ମାନେ ସଜାଗ ରହି ଏହି ସମସ୍ୟା ଉପରେ ନଜର ପକେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ବିଭାଗୀୟ କର୍ମଚାରି କେବେ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରି ସାଧାରଣ ଲୋକଙ୍କ ଅସୁବିଧାକୁ ସୁଧାରି ଲୋକଙ୍କୁ ସୁସ୍ଥ ପରିବେଶ ଯୋଗାଇ ପାରୁଛନ୍ତି ତାହା ଲୋକେ ଦେଖିବାକୁ ବାକି ରହିଲା। ମହାମାରି କରୋନା ପରେ ଡେଙ୍ଗୁର ପ୍ରଭାବ କେତେ ତୀବ୍ର ଜାଣି ହେଉଥିବ। ଯଦୀଓ ଆଗାମି ଦିନରେ କେହି ନିକଟରେ ଜମାଟ ହୋଇ ରହିଥିବା ପାଣି ଦ୍ୱାରା ଡେଙ୍ଗୁ ଜିବାଣୁ ସଂକ୍ରମଣରେ ଜ୍ୱର ରେ ଆକ୍ରାନ୍ତ ହୁଅନ୍ତି ତେବେ କତୃପକ୍ଷ ଦାୟୀ ରହିବେ ବୋଲି ଅଞ୍ଚଳବାସି ମତ ରଖିଛନ୍ତି। ବ୍ଲକର ବିଭିନ୍ନସ୍ଥାନ ବୁଲି ପାଣିଜମିବା ସ୍ଥାନ ଦେଖିବା ସହିତ ସଚେତନତା କରିବା ଆବଶ୍ୟକ ରହିଛି।ତେଣୁ ଯଥା ଶୀଘ୍ର ବିଭାଗୀୟ କର୍ମଚାରି , ଅଫିସର ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟିଗୋଚର କରିବା ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here