ବ୍ରହ୍ମପୁର,୧୦/୦୯/୨୦୨୧:
ଆଙ୍କୁଲି ଶିଳ୍ପାଞ୍ଚଳ ଛକ ନିକଟରେ ଆଜି ଏକ ଜନଔଷଧି କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା ଗୋପାଳପୁର ବିଧାନସଭା କ୍ଷେତ୍ର ଆଙ୍କୁଲି ଶିଳ୍ପାଞ୍ଚଳ ଛକ ନିକଟରେ ଜନସାଧାରଣ ନିମନ୍ତେ ସୁଲଭ ମୂଲ୍ୟରେ ଔଷଧ ପାଇବାପାଇଁ ଏହି ଜନଔଷଧି କେନ୍ଦ୍ର କୁ ଉଦଘାଟନ କରିଛନ୍ତି। ରାଜ୍ୟ କାରିଣୀ ସଦସ୍ୟ ସରୋଜ ସାବତ, ଜିଲ୍ଲା ଉପସଭାପତି ମନୋଜ ପଟ୍ଟନାୟକ, ଜିଲ୍ଲା ଯୁବମୋର୍ଚା ସୋମନାଥ, ଯୁବ ମୋର୍ଚା ରାଜ୍ୟକାରିଣୀ ସଦସ୍ୟ ସୁଭାଶିଷ ସାହୁ,ଜିଲ୍ଲା ସଦସ୍ୟ ପ୍ରମୋଦ ମଣ୍ଡଳ, ବୈରାଗୀ ଦାସ,ଦଣ୍ଡାଧାର ହୋତା,ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି. ଶିବଶଙ୍କର ନାୟକ, ରାଜେନ୍ଦ୍ର କୁମାର, ଯୁବ ମୋର୍ଚାସଭାପତି ସୁମିତ ପାତ୍ର, ଚିଣ୍ଟୁ, ଗୁଡ଼ୁ ଶ୍ରୀନୁ,ରୋହିତ ସହ ଯୁବମୋର୍ଚା ଟିମ ରହି ସହଯୋଗ କରିଥିଲେ।