ମାଣିତରାରେ “ପିଲାମାନଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ

0
178

ବୁଗୁଡା, ୧୪/୦୯/୨୦୨୧: ବୁଗୁଡା ବ୍ଳକ ଅନ୍ତର୍ଗତ ମାଣିତର ଗ୍ରାମ ପଞ୍ଚାୟତ ସଭା ଗୃହରେ ସେପ୍ଟେମ୍ବର ୧୪ ତାରିଖ ଦିନ ବୁଗୁଡା ବ୍ଲକ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ “ପିଲାମାନଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଣିତରା ସୁପ୍ରଭାଇଜର ସୁକେଶନୀ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଅନିଲ କୁମାର ମହାରଣା ଓ ସମ୍ମାନିତ ଅତିଥି ଭାବେ ଶିକ୍ଷକ ଖଦାଳ ରାଉତ ଯୋଗଦେଇ ଥିଲେ। ଅତିଥୀ ବୃନ୍ଦ କନ୍ୟା ଭ୍ରୁଣ ହତ୍ୟା ବିଷୟରେ ଆଇନ ଗତ ଦିଗ ଓ ସାମାଜିକ ଦିଗ ଉପରେ ମତ ରଖିଥିଲେ। ମହିଳା ଓ ପୁରୁଷ ଅନୁପାତରେ ମହିଳାଙ୍କ ସଂଖ୍ୟା ଯଥେଷ୍ଟ କମ ରହିଥିବା ଯୋଗୁଁ ଏହି ବିଷୟ ନେଇ ଜନସଚେତନତା ଜରୁରୀ ବୋଲି ପ୍ରକାଶ କରିଥିଲେ। ଏଥିସହ ନାବାଳିକା ବିବାହ ବନ୍ଦ କରିବା, ଶିଶୁମାନଙ୍କ ଶିକ୍ଷା ଗ୍ରହଣ ସୁନିଶ୍ଚିତ କରିବା,ଶିଶୁମାନଙ୍କ ସ୍ୱାସ୍ଥ୍ୟ, ପୁଷ୍ଟି ଓ ନିରାପତ୍ତା ପାଇଁ ଦୃଷ୍ଟି ଦେବା ବିଷୟ ନେଇ ବକ୍ତବ୍ୟ ରଖିଥିଲେ। ଅଙ୍ଗନୱାଡି କର୍ମୀ ଆରତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା ବୃନ୍ଦ ଯୋଗଦେଇଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here