ହନିଟ୍ରାପ୍ ରେ ଓଡ଼ିଆ ଜବାନ

0
313

ବ୍ରହ୍ମପୁର,୦୮/୧୧-ଜନୈକା ପାକିସ୍ତାନୀ ଆଇଏସଆଇ  ମହିଳା ଏଜେଣ୍ଟଙ୍କ ହନିଟ୍ରାପରେ ପଡ଼ି ସୁରକ୍ଷା ସଂପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଶତ୍ରୁରାଷ୍ଟ୍ରକୁ ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଓଡ଼ିଶାର ଯବାନ ବିଚିତ୍ର ବେହେରା । ବିଚିତ୍ରଙ୍କ ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିକଟସ୍ଥ ଆଙ୍କରୋଡ଼ା ଗ୍ରାମରେ । ସେ ରାଜସ୍ତାନର ‌ଜୈସଲମେର ଅନ୍ତର୍ଗତ ପୋଖରାନରେ ମୁତୟନ ହୋଇଥିଲେ।୨୪ ବର୍ଷୀୟ ବିଚିତ୍ରଙ୍କୁ ରାଜସ୍ଥାନ ଜୟପୁରରେ ଗିରଫ କରି ପୁଲିସ ଅଧିକ ପଚରାଉଚରା ଲାଗି ରିମାଣ୍ଡରେ ନେଇଥିବା ସୂଚନା ରହିଛି । ଆଙ୍କରୋଡ଼ା ଗାଁରେ ଅନୁଷ୍ଠିତ ହେଉଥିବା କାର୍ତ୍ତିକ ଯାତ୍ରାରେ ଯୋଗ ଦେବା ଲାଗି ଘରକୁ ଟ୍ରେନରେ ଆସୁଥିବା ବେଳେ ବିଚିତ୍ରଙ୍କୁ ପୁଲିସ ଉଠାଇ ନେଇଛି ।
(ବ୍ୟୁରୋ ରିପୋର୍ଟ)

LEAVE A REPLY

Please enter your comment!
Please enter your name here