ଗଞ୍ଜାମ ର ପ୍ରତ୍ୟେକ ଗାଁରେ ଖୋଲିବ ଉତ୍କଳ ଗ୍ରାମୀଣ ଷ୍ଟୋର

0
226

ବ୍ରହ୍ମପୁର,୧୯/୦୯/୨୦୨୧ : ଗଞ୍ଜାମ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀ ବା ଏସ.ଏଚ.ଜି ଗ୍ରୁପ ମହିଳା ମାନଙ୍କ ପାଇଁ ପ୍ରତ୍ୟେକ ଗାଁ ମାନଙ୍କ ରେ ଖୋଲିବ ଉତ୍କଳ ଗ୍ରାମୀଣ ଷ୍ଟୋର। ଏସ.ଏଚ. ଜି ଗ୍ରୁପର ମହିଳା ମାନେ ଯେଉଁ ସବୁ ଜିନିଷ ପ୍ରସ୍ତୁତି କରିବେ ସେହି ସାମଗ୍ରୀ କୁ ଏହି ଦୋକାନ ମାଧ୍ୟମରେ ବିକ୍ରି କରିବେ ।ଯାହାଫଳରେ ସାମଗ୍ରୀ ବିକ୍ରି କରିବା ପାଇଁ କୌଣସି ବାହାରେ ସ୍ଥାନକୁ ଯିବାକୁ ପଡିବ ନାହିଁ। ସିଧାସଳଖ ଲାଭ ପାଇବେ ମହିଳା ମାନେ ଗ୍ରାମ ଅଞ୍ଚଳର ମହିଳା ମାନଙ୍କୁ ଏବଂ ବେକାରୀ ଯୁବକଙ୍କୁ ରୋଜଗାରକ୍ଷମ କରାଇବା ନେଇ ଆଗେଇ ଆସିଛି ବାଇରିସନ୍ସ ଅଗ୍ରୋ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ୍ କମ୍ପାନୀ । ଆଜି ବ୍ରହ୍ମପୁର ପ୍ରେମ ନଗର ସ୍ଥିତ ଜାତୀୟ ସଂଗୀତ କଳା କେନ୍ଦ୍ର ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି କମ୍ପାନୀ ପରିଚାଳକ ଶ୍ରୀ ବାକି ବଇରୀ ରେଡ଼ୀ । ଏହି କାର୍ଯ୍ୟକ୍ରମ ପାଇଁ ଓଡିଶା ବାହାର ରାଜ୍ୟ କୌଣସି ବ୍ୟକ୍ତିଙ୍କୁ ନିୟୋଜିତ ନ କରାଯାଇ ଓଡିଶା ରେ ହିଁ ଲୋକମାନେ ନିଜ ଅଞ୍ଚଳ ରେ ରହି ନିଜର ରୋଜଗାର କରିପାରିବେ। ଆସନ୍ତା ୨୦ ତାରିଖ ଦିନ ନାବାର୍ଡ ର ଚେୟାରମ୍ୟାନ ଚିନ୍ତଲ୍ ଗଜୁଲ ଗୋବିନ୍ଦମ୍ ଭାଚୁଆଲ ମୋଡ଼ ଉଦଘାଟନ କରିବା ରହିଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଷ୍ଟୋର ଗୁଡିକ ର ଯାହା ଲାଭ ହେବ ସେଥି ମଧ୍ୟରୁ ୨୫ ପ୍ରତିଶତ ଅର୍ଥ କମ୍ପାନୀ ନେବ ବୋଲି ସୁଚନା ଦିଆଯାଇଛି। କମ୍ପାନୀ ପକ୍ଷରୁ ହେଉଥିବ ଖର୍ଚ୍ଚ ବହନ ପାଇଁ ଏହି ଅର୍ଥ ନିଆଯିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here