ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ ଓ ସାଂଗଠନିକ ବୈଠକ ଅନୁଷ୍ଠିତ ।

0
321

ବ୍ରହ୍ମପୁର , ୦୪/୧୦/୨୦୨୧: ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ସହିତ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ଏକ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି । ଜିଲ୍ଲା କଂଗ୍ରେସର ସମସ୍ତ ପଦାଧିକାରୀ , ବ୍ରହ୍ମପୁର ନଗର କଂଗ୍ରେସ କର୍ମକର୍ତ୍ତାଙ୍କ ସହ ଜିଲ୍ଲାର ସମସ୍ତ ବ୍ଲକ ଏବଂ ଏନ୍ଏସି କର୍ମକର୍ତ୍ତାଙ୍କ ଉପସ୍ଥିତିରେ କୁକୁଦାଖଣ୍ଡି ବ୍ଲକ ବଉଳଝୋଳି ସ୍ଥିତ ଫାର୍ମ ହାଉସରେ ଅକ୍ଟୋବର ୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଦିନରେ ଜିଲ୍ଲାସ୍ତରରେ ଗଞ୍ଜାମ କଂଗ୍ରେସର ସୁଦୃଢ ଭିତ୍ତିଭୂମି ସୃଷ୍ଟି କରାଯିବା ନେଇ ଆଲୋଚିତ ହୋଇଥିଲା । ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରାଯିବା ନେଇ ଆବଶ୍ୟକୀୟ ଉପାଦାନ ସମନ୍ଧରେ ଆଲୋକପାତ କରାଯିବା ସହିତ ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ସଭାପତିଙ୍କ ଦ୍ଵାରା ଗୁରୁମନ୍ତ୍ର ଦିଆଯାଇଥିଲା । ଆସନ୍ତା ପଂଚାୟତ ନିର୍ବାଚନକୁ ମାଇଲଖୁଣ୍ଟ ଭାବେ ବିବେଚିତ କରି ଜିଲ୍ଲାର ପ୍ରତ୍ୟେକ ୱାର୍ଡ ଠାରୁ ଜିଲ୍ଲାପରିଷଦ ଜୋନ୍ ଏବଂ ବିଜ୍ଞାପିତ ପରିଷଦରେ ବୁଥ ସ୍ତରୀୟ କମିଟି ଗଠନ କରାଯିବା ନେଇ ଗୁରୁତ୍ୱାରୋପ କରାଯାଇଥିଲା । ଏହା ସହିତ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ସମସ୍ୟା ସହ ସାମିଲ ରହି ସେମାନଙ୍କ ନିକଟତର ହେବାରୁ ସଭାପତି ପରାମର୍ଶ ଦେଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତିଗ୍ରସ୍ଥ ତଥା ଅପାରଗ ଶାସନ ବ୍ୟବସ୍ଥାକୁ ଜନ ମାନସରେ ଉପସ୍ଥାପନା କରି ଉଚିତ ଉଚିତ ପଦକ୍ଷେପ ପାଇଁ ସଂଗ୍ରାମ କରିବାର ଆବଶ୍ୟକତାକୁ ନେଇ ଜିଲ୍ଲା ସଭାପତି ଉପସ୍ଥିତ କର୍ମକର୍ତ୍ତାଙ୍କୁ ଅନୁପ୍ରାଣିତ କରିଥିଲେ । ଚଳିତ ବର୍ଷର ଶେଷ ଦୁଇମାସ ଗଞ୍ଜାମ କଂଗ୍ରେସ ପାଇଁ ଘଡିସନ୍ଧି ସମୟ ହୋଇଥିବାରୁ କଂଗ୍ରେସର ପଞ୍ଚାୟତ ଓ ୱାର୍ଡ ସ୍ତରୀୟ ସାଂଗଠନିକ ପୁନର୍ବିନ୍ୟାସ ସହ ପରବର୍ତ୍ତୀ ସମୟରେ ଜିଲ୍ଲା କଂଗ୍ରେସ କର୍ମଶାଳା କରାଯିବାନେଇ ସ୍ଥିରୀକୃତ ହୋଇଥିଲା । ଅନୁଷ୍ଠିତ ଏହି ଦଳୀୟ ସାଙ୍ଗଠନିକ କାର୍ଯ୍ୟକର୍ମରେ ବିଧାୟକ ପାର୍ଥି ପ୍ରଶାନ୍ତ ବିଷୋୟୀ , ପ୍ରଫୁଲ ପଣ୍ଡା , ବିଜୟ ସାହୁ , ସାଧାରଣ ସମ୍ପାଦକ ବନଜା ପଣ୍ଡା , ପ୍ରଶାନ୍ତ ବିଷୋୟୀ , ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା , ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ , ସେବାଦଳ ଜିଲ୍ଲା ସଂଯୋଜକ ଜାନକୀ ବଲ୍ଲଭ ରାଉତଙ୍କ ସହ ସମସ୍ତ ବ୍ଲକ୍ ଓ ଏନ୍ଏସି କଂଗ୍ରେସ ସଭାପତିଙ୍କ ସହ ଆଶାୟୀ ବିଧାୟକ ପ୍ରାର୍ଥୀ ମଞ୍ଚାସିନ ରହି ନିଜନିଜ ଅଞ୍ଚଳର ଦଳୀୟ ସମସ୍ୟା ନେଇ ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here