କଳାକାରଟିଏ ସଂସ୍କାର ପ୍ରୟାସୀ ଜୀବନ ବଞ୍ଚୁଥାଏ : ରୋଶନ୍

0
338

ବ୍ରହ୍ମପୁର, ୦୪/୧୦/୨୦୨୧: ନବ ଗଠିତ “ଶ୍ରୀଶ୍ରୀ ମା’ ବୁଢ଼ୀ ଠାକୁରାଣୀ ଭଜନ ସଂଘ”ର ଉଦ୍ଘାଟନୀ ଉତ୍ସବରେ ମଞ୍ଚଜ୍ୟୋତି ତଥା ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରଟିଏ କିଭଳି ସମାଜ ସଂସ୍କାର ପ୍ରୟସୀ ଜୀବନ ବଂଚୁଥାଏ ସେ ସମ୍ପର୍କରେ ସବିସ୍ତୃତ ବର୍ଣ୍ଣନା କରିଥିଲେ । ସୁନପୁର ବଡ଼ ଦାଣ୍ଡରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଭଜନ ସଂଘ ସଭାପତି ବରିଷ୍ଠ ସଙ୍ଗୀତଜ୍ଞ ଘନଶ୍ୟାମ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଗ୍ରାମ୍ୟ ଅଧିକାରୀ ପଦ୍ମନାଭ ବେହେରା, ସରପଞ୍ଚ ମଞ୍ଜୁଳା ବେହେରା, ସମିତି ସଭ୍ୟ ଯଶୋଦା ବେହେରା ପ୍ରମୁଖ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହ ଗ୍ରାମ୍ୟ ବରିଷ୍ଠ ତଥା ପ୍ରତିଭାଦୀପ୍ତ ଯୁବ କଳାକାରମାନଙ୍କୁ ମଞ୍ଚଜ୍ୟୋତି ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ତତ୍ପରେ ଭଜନ ସଂଘ ପକ୍ଷରୁ ସର୍ବଶ୍ରୀ ଘନଶ୍ୟାମ ବେହେରା, ହିମାଂଶୁ ଶେଖର ବେହେରା, ଶଶାଙ୍କ ଶିଖର ବେହେରା, ନୀଳମାଧବ ବେହେରା, ମୋହନ ବେହେରା, ଭରତ ବେହେରା, ଡିଲେଶ୍ଵର ବେହେରା, ରମା ବେହେରା, ମଲ୍ଲି ବେହେରା ପ୍ରମୁଖ ଭଜନ ପରିବେଷଣ ମାଧ୍ୟମରେ ଏକ ଆଧ୍ୟାତ୍ମ ପରିବେଶ ସୃଜିବା କ୍ଷମ ହୋଇଥିଲେ । ସଂଘ ସମ୍ପାଦକ ପ୍ରଶାନ୍ତ ବେହେରା ଟୁନା ସ୍ବାଗତ ଭାଷଣ ଏବଂ ଭଜନ ସଂଯୋଜନା କାର୍ଯ୍ୟ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ବିଜୟ କୁମାର ବେହେରା ଓ ସୁଧାଂଶୁ ଶେଖର ବେହେରା ସହଯୋଗ କରିଥିବା ବେଳେ ପରିଶେଷରେ ହିମାଂଶୁ ଶେଖର ବେହେରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here