ମୁକ୍ତେଶ୍ଵର ବିଦ୍ୟାପୀଠରେ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା ଉତ୍ସବ ଅନୁଷ୍ଠିତ

0
457

ଚିକିଟି,୦୪/୧୦/୨୦୨୧ :ଓଡିଶାର ବୃହତ୍ତମହରିଜନ ଗ୍ରାମ ସୋରଳଗ୍ରାମର ମୁକ୍ତେଶ୍ୱର ବିଦ୍ୟାପୀଠ ପରିସରରେ ପ୍ରଧାନଶିକ୍ଷକ ଶ୍ରୀ ଶାନ୍ତନୁ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବନ୍ୟଜୀବ ସୁରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଅମ୍ଲାନ ନାୟକ ଯୋଗଦେଇ ବନ୍ୟଜୀବକୁ କେବେ ବି ହତ୍ୟାକର ନାହିଁ ଏହା ଲୋପ ପାଇବା ଦ୍ୱାରା ପାଣିପାଗର ଘୋର ପରିବର୍ତନ, ଯାହାପାଇଁ ମାନବସମାଜ ଉପରେ ପ୍ରଭାବ ପଡିଥାଏ ଆମେ ବଞ୍ଚିବା ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଯିବା ନିଶ୍ଚିତବୋଲି ଦୃଢ଼କ୍ତି ପ୍ରକାଶ କରିଥିଲେ। ମୁଖ୍ୟବକ୍ତାଭାବେ ବରିଷ୍ଠ ବନ୍ୟପ୍ରାଣୀ ଗବେଷକ ଶ୍ରୀ ଚନ୍ଦନ ଜାନୀ ଛାତ୍ର/ଛାତ୍ରୀ ମାନଙ୍କୁ ଆଜିକାଲି ଘଟୁଥିବା ଶ୍ୱାସ ଅମ୍ଲାନଜନିତ ବିଭିନ୍ନରୋଗ ପାଗ ସନ୍ତୁଳନ ଆଦି ଅକାଳ ବିୟୋଗ ସାଙ୍ଗକୁ ରୋଗପ୍ରତିରୋଧକ ଶକ୍ତିପାଇଁ ସମସ୍ତ ଜୀବ ସହ ସମସ୍ତ ବୃକ୍ଷ ସୃଷ୍ଟିକରିବା ଅପରିହାର୍ଯ୍ୟ ବେଳୁ ସାବଧାନ ନ ହେଲେ ଜୀବନହେଉଛି ଦୁର୍ବିସହ ବୋଲି ମତବ୍ୟକ୍ତ କରିଥିଲେ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସୋରଳର ଡା ଦେବୀପ୍ରସାଦ ଦାସ ବିରଳ ଜୀବ ଓ ବୃକ୍ଷ ରୁ ହିଁ ବିଭିନ୍ନ ଔଷଧ ପ୍ରସ୍ତୁତି ହୋଇପାରୁଛି ଏ ଦିଗ ପ୍ରତି ଯତ୍ନବାନ ବେହା ସହ ଜୀବ ବଞ୍ଚାଇ ଜୀବନ ରକ୍ଷାକରିବା ଉପରେ ଗୁରୁତ୍ୱାରୋପ କରିଥିଲେ,ବିରଳ କଇଁଛ ସୁରକ୍ଷା ଅଭିଯାନର ମାଗତା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବନରକ୍ଷୀ ଜୟକୃଷ୍ଣ ବେହେରା , ସ୍ଥାନୀୟ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଶ୍ରୀ ଗଣପତି ସାହୁ, ସୋରଳ ସରପଞ୍ଚ ଡ଼ି ଦାମୋଦର ରେଡ୍ଡୀ , ସମାଜସେବୀ ଜନାର୍ଦ୍ଦନ ଓଡ଼ିଆ,ନୀଳମାଧବ ପାତ୍ର ସମେତ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।ସାପ ମାନଙ୍କ ସୁରକ୍ଷା ଏବଂ ସାପ କାମୁଡ଼ିଲେ କଣ କରିବେ ସେ ନେଇ ଶ୍ରୀ ଗଣପତି ସାହୁ ପିଲା ମାନଙ୍କୁ ସୂଚନା ଦେଇଥିଲେ ।ଶେଷରେ ଶିକ୍ଷକ ଭିକାରୀ ନାୟକ ଧନ୍ୟବାଦ ଅର୍ପଣକରି ସଭା ସାଙ୍ଗ କରିଥିଲେ।

LEAVE A REPLY

Please enter your comment!
Please enter your name here