ଜଳଉତ୍ସ ସୁରକ୍ଷା ଦିବସ.

0
246

ଭୁବନେଶ୍ଵର ୧୨ା ୧୧ ।୧୯ . ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ବିଭିନ୍ନ ଜଳାଶୟ ଗୁଡ଼ିକରେ ପ୍ରଚୁର ପରିମାଣରେ ଡ଼ଙ୍ଗା ଛଡାଯିବା, ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରାଯିବା ଦ୍ୱାରା ଜଳାଶୟ ଗୁଡିକ ଅତିଶୟ ମାତ୍ରା ରେ ଦୂଷିତ ହୋଇ ପଡ଼ୁଛି। ଏହି ସବୁ ଦୂଷିତ ଜଳାଶୟକୁ କେହି କେବେ ହେଲେ ପରିଷ୍କାର କରିବା ପାଇଁ ଆଗଭର ହୁଅନ୍ତି ନହିଁ । ଏଭଳି ଏକ ଜଳ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଜୁପଟ୍ଟନାୟକ କମ୍ପ୍ୟୁଟର ଏକାଡ଼େମୀ , ଅମିତ କଲେଜ, ଓଡ଼ିଶା ହେତୁ ବାଦୀ ସମାଜ ଏବଂ ସ୍ଥାନୀୟ କର୍ପୋରେଟର ନବ କିଶୋର ବେହେରାଙ୍କ ସହଯୋଗ କ୍ରମେ ଭୁବନେଶ୍ୱର ନୟାପଲ୍ଲୀରେ ଥିବା ବାଲୁଙ୍କେଶ୍ଵର ମନ୍ଦିର ପୁଷ୍କରିଣୀ କୁ ସଫା କରାଯାଇଛି । ଗତ ୬ ବର୍ଷ ହେଲା ଏହି ସଂସ୍ଥା ମାନେ ମିଳିତ ଭାବେ କାର୍ତ୍ତିକ ପୂର୍ଣ୍ଣମାଦିନ ଏହି ପୁଷ୍କରିଣୀ କୁ ପରିଷ୍କାର କରି ଆସୁଛନ୍ତି। ଗତ ୬ ବର୍ଷ ମଧ୍ୟରେ ବିଜୁପଟ୍ଟନାୟକ କମ୍ପ୍ୟୁଟର ଏକାଡ଼େମୀ ର ସଭାପତି ସିତା ବଲ୍ଲଭ ମହାପାତ୍ର, ଅମିତ କଲେଜ ସାମ୍ବାଦିକତା ଛାତ୍ରଛାତ୍ରୀ ମାନେ ଏବଂ ଅଧ୍ୟାପକ ଟିକାୟତ ନାୟକ, ଓଡ଼ିଶା ହେତୁ ବାଦୀ ସମାଜର ସଦସ୍ୟ ସୁଧା ଶୁଂ ଶେଖର ଧଡ଼ା, ସ୍ଥାନୀୟ କରିପୋରେଟର ନବକିଶୋର ବେହେରା ଏବଂ ତାଙ୍କର ସଦସ୍ୟ ଗଣ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ଜଳାଶୟ ଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ ରଖିଲେ ମଶା, ଜଳରୁ ଜନ୍ମ ହେଉଥିବା ଅନ୍ୟାନ କ୍ଷତିକାରକ ପ୍ରାଣୀ, କିଟ୍ଟ ପତଙ୍ଗ ଠାରୁ ସୁରକ୍ଷିତ ରହିବ ବୋଲି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଛନ୍ତି । ଏ ଦିଗରେ ଜନସଚେତନା ସୃଷ୍ଟି ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here